ଅନଙ୍ଗ କୁମାର ପଟ୍ଟନାୟକଙ୍କ ଲୈାହଖଣି ପାରିପାର୍ଶ୍ବିକ ଅଂଚଳ ପରିଦର୍ଶନ
ରାଇରଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍): ୧ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଅନଙ୍ଗ କୁମାର ପଟ୍ଟନାୟକ ମୟୁରଭଞ୍ଜ ଜିଲ୍ଲାର ଲୈାହଖଣି ଅଂଚଳର ଖଣିଜ ପାଣ୍ଠି ଖର୍ଚରେ ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟଗୁଡ଼ିକର ସମୀକ୍ଷା ଓ ପରିଦର୍ଶନ କରିଛନ୍ତି ।ମାନ୍ୟବର ବିଚାରପତି ,ଓଏମବିଏଡିସିର ଅଫିସିଆଲ୍ ଷ୍ଟାଫଙ୍କୁ ସମସ୍ତ ଉନ୍ନୟନମୂଳକ କାର୍ୟ୍ୟଗୁଡ଼ିକ ଦେଖାଇବା ସହ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ଉପଖଣ୍ଡ ଚିକିତ୍ସାଧିକାରୀ ଡାକ୍ତର ଛତିଶ ଚନ୍ଦ୍ର ମହାନ୍ତ,ଆରଡ଼ି ଏକଜିଉଟିଭ ଇଞ୍ଜିନିୟର ,ପୂର୍ତ୍ତ ବିଭାଗ ଏସଡିଓ ଇଂ ଶ୍ୟାମସୁନ୍ଦର ହାଁସଦା ।ମାନ୍ୟବର ବିଚାରପତି ଗୋରୁମହିଷାଣୀର ଆଦର୍ଶ ବିଦ୍ୟାଳୟ,ନସ୍କରିଆ ଶୈବପୀଠକୁ ରାସ୍ତା,ଦୁର୍ଗମ କଟୁପିଟ ରାସ୍ତା, ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ, ବାଦାମ ପାହାଡ଼ ଲୈାହଖଣି ଦ୍ବାରା ପାରିପାର୍ଶ୍ବିକ ଉନ୍ନୟନ କାର୍ୟ୍ୟ ପରିଦର୍ଶନ ଏବଂ ସୁଲାଇପାଟ ଲୈାହଖଣି ଅଂଚଳ ପରିଦର୍ଶନ ଓ ସମୀକ୍ଷା କରିଥିଲେ। ଶୁକ୍ରବାର ରାତିରେ ଯଶିପୁର ରାମତୀର୍ଥର ରହଣି କରିବେ । ଶନିବାର ଦିନ ଯଶିପୁର ଅଂଚଳ ପରିଦର୍ଶନ କରିବା ସହ ବାରିପଦାରେ ଏକ ଉଚ୍ଚ ସ୍ତରୀୟ ବୈଠକରେ ସମୀକ୍ଷା କରିବେ ।