ଇତିହାସ ବିଭାଗ ଦ୍ୱାରା ଜାତୀୟ ଓ୍ବେବିନାର ଅନୁଷ୍ଠିତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ସ୍ଥିତ କଳିଙ୍ଗ ମହାବିଦ୍ୟାଳୟରେ ଇତିହାସ ବିଭାଗ ଆନୁକୁଲ୍ୟରେ ଅଧ୍ୟକ୍ଷ ସୁଧାଂଶୁ ଶେଖର ମେହେରଙ୍କ ସଭାପତିତ୍ବରେ ଏକ ଜାତୀୟ ଓ୍ବେବିନାର ଅନୁଷ୍ଠିତ ହୋଇଯାଇଛି । ‘ଇତିହାସ ଲିଖନ: ଇତିହାସ ଲିଖନରେ ଇତିହାସ’ ଶୀର୍ଷକ ଆଲୋଚନା ଚକ୍ରରେ ମୁଖ୍ୟ ଆଲୋଚକ ଭାବରେ ହରିୟାଣା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଇତିହାସ ଏବଂ ପ୍ରତ୍ନତତ୍ତ୍ବ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡଃ ଇଶ୍ବର ପରିଡା ଯୋଗଦେଇ ଇତିହାସ ସୃଷ୍ଟି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହିତ ପ୍ରାଚୀନ ଇତିହାସରୁ ଏ ଯାବତ୍ ଲେଖା ଯାଉଥିବା ଇତିହାସର ଶୈଳି ଏବଂ ତଥ୍ୟ ବିଷୟରେ ଏକ ତଥ୍ୟ ଭିତ୍ତିକ ଓ ସାରଗର୍ଭକ ଅଭିଭାଷଣ ପ୍ରଦାନ କରିଥିଲେ । ଏଥିରେ ବିଭାଗୀୟ ମୁଖ୍ୟ ଅଧ୍ୟାପିକା ସୁଜାତା କୁମାରୀ ବେହେରା ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ରୂପବନ୍ତ ଭୋଇ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଅଧ୍ୟାପିକା ଝୁନୁମା ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନାରେ ଅଧ୍ୟାପକ ଡଃ ରାଜେଶ ବାଗ୍, ଆବେଦ ମଣ୍ଡଳ, ବିପୁଳ ଭୁଜମାଝି ଓ ରଞ୍ଜିତ କୁମାର ନାୟକ ସହଯୋଗ କରିଥିଲେ। ଏଥିରେ ବହୁ ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ଯୋଗଦେଇ ଆଲୋଚନା ଓ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ