ଋଷିକୁଲ୍ୟା ଟି-୨୦କ୍ରିକେଟ;ବଡଗଡ଼କୁ ହରାଇ ଚେରମାରିୟା ସେମିଫାଇନାଲ ରେ
ସୋରଡା,(ରଜନୀ କାନ୍ତ ମହାପାତ୍ର):ସୋରଡା ଋଷିକୁଲ୍ୟା କ୍ରିକେଟ କ୍ଲବ ଦ୍ୱାରା ସ୍ଥାନୀୟ ମିନିଷ୍ଟାଡିଅମରେ ଆୟୋଜିତ ୧୨ତମ ଋଷିକୁଲ୍ୟା ଟି୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପ୍ରଥମ କ୍ୱାର୍ଟର ଖେଳରେ ଚେରମାରିୟା ବଡଗଡ଼କୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି ।ଟସ ଜିତି ବଡଗଡ଼ ପ୍ରଥମେ ବେଟିଂ କରିବା ନିଷ୍ପତି ନେବା ସହ ୨୦ଓଭରରେ ୬ବିକେଟ ବିନିମୟରେ ୧୮୯ରନ ସଂଗ୍ରହ କରିଥିଲା ।ଏହାର ଜବାବରେ ଚେରମାରିୟା ୧୮.୨ଓଭରରେ ୪ବିକେଟ ବିନିମୟରେ ୧୯୦ରନ ସଂଗ୍ରହ କରି ବିଜୟୀ ହୋଇଥିଲା । ଦଳ ତରଫରୁ ସିଧୁ ସର୍ବାଧିକ ୫୨ ରନ ସଂଗ୍ରହ କରି ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇଥିଲେ ।ଆଜିର ମୁଖ୍ୟ ଅତିଥି କ୍ଲବର ବରିଷ୍ଠ ସଦସ୍ୟ ତଥା ନଗର ବିଜେଡି ସଭାପତି ସଂଜୀବ ଅଧିକାରୀ ଯୋଗଦେଇ ସିଧୁଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ ।ଆଜିର ମେଚକୁ ଦୁର୍ଗା ପାଣିଗ୍ରାହୀ ଓ ପିଙ୍କୁ ମହାରଣା ଅମ୍ପାଇରିଂ କରିଥିବାବେଳେ ସ୍କୋରର ଥିଲେ ବିନାୟକ ପଣ୍ଡା ଓ ପୁନିଆ ପାତ୍ର । ଧାରା ବିବରଣୀ ପ୍ରଦାନ କରିଥିଲେ ସଞ୍ଜୟ ପଣ୍ଡା ଓ ମନୋଜ ମହାପାତ୍ର ।ଆସନ୍ତା କାଲିର ମ୍ୟାଚ ଅମରନାଥ କ୍ରିକେଟ କ୍ଲବ ଆସିକା ସହ ରମ୍ଭା କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହେବ।


