ପ୍ରଧାନମନ୍ତ୍ରୀଙ୍କ ମା’ଙ୍କୁ ଭେଟିଲେ ରାଷ୍ଟ୍ରପତି
ଅହମଦାବାଦ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ତାଙ୍କ ପତ୍ନୀ ସବିତା କୋବିନ୍ଦ ଦୁଇ ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି । ଏହି ଅବସରରେ ଆଜି ସକାଳେ ଗାନ୍ଧିନଗର ସ୍ଥିତ ରାୟସନ ଗାଁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନଙ୍କୁ ଭେଟିଛନ୍ତି । ପାଖାପାଖି ୩୦ ମିନିଟ୍ ଧରି ରାଷ୍ଟ୍ରପତି ଓ ତାଙ୍କ ସ୍ତ୍ରୀ ହୀରାବେନଙ୍କ ସହ କଥା ହାଇଥିଲେ । ସୂଚନାଯୋଗ୍ୟ, ହୀରାବେନ ତାଙ୍କ ସାନ ପୁଅ ପଙ୍କଜ ମୋଦିଙ୍କ ସହ ଏବେ ରହୁଛନ୍ତି ।
ଏହାପରେ ରାଷ୍ଟ୍ରପତି ଗାନ୍ଧିନଗର ସ୍ଥିତ କୋବାରେ ଥିବା ମହାବୀର ଜୈନ ଆରାଧନା କେନ୍ଦ୍ରକୁ ଯାଇଥିଲେ । ଏହି କେନ୍ଦ୍ରରେ ଜୈନ ମନ୍ଦିର, ପୁସ୍ତକ ସଂଗ୍ରହାଳୟ ରହିଛି । ଯେଉଁଥିରେ ଭାରତୀୟ ଏବଂ ଜୈନ ସଂସ୍କୃତି ବାବଦରେ ଅନେକ ପୁସ୍ତକ ରହିଛି । ରାଷ୍ଟ୍ରପତି ଏହି ପୁସ୍ତକ ଗୁଡ଼ିକୁ ଦେଖିବା ପାଇଁ ଇଚ୍ଛୁକ ଥିଲେ । ତେଣୁ ଅକ୍ଚାବର ୧୩ରେ ରାଷ୍ଟ୍ରପତିଙ୍କୁ ଆମନ୍ତ୍ରିତ କରାଯାଇଥିଲା ବୋଲି ମହାବୀର ଜୈନ ମନ୍ଦିରର ଆରାଧନା କେନ୍ଦ୍ର ପକ୍ଷରୁ କୁହାଯାଇଛି ।


