ବିଧାନସଭାର ବାଚସ୍ପତିଙ୍କ ସହ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ସମଗ୍ର ଭାରତ ବର୍ଷରେ ଅଯୋଧ୍ୟାରେ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ଲାଗି ରାଜ୍ୟର ସହର ଠାରୁ ଆରମ୍ଭ କରି ପୁରପଲ୍ଲୀର ସମସ୍ତ ପରିବାରକୁ ସଂପର୍କ କରାଯାଉଛି । ଅଯୋଧ୍ୟାର ଭବ୍ୟ ମନ୍ଦିର ନିର୍ମାଣ ସଂପର୍କରେ ଅବଗତ କରାଯାଉଛି । ଏଥି ସହିତ ନିଧି ସଂଗ୍ରହ ଅଭିଯାନ ଆରମ୍ଭ ହୋଇ ସାରିଛି । ଅନୁରୂପ ଭାବେ ଭୁବନେଶ୍ୱରରେ ମଧ୍ୟ ଚଳିତ ମକର ସଂକ୍ରାନ୍ତି ଠାରୁ ଏହି ଅଭିଯାନ ଆରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣାର୍ଥେ ଅଭିଯାନ ଚାଲୁଥିବାରୁ ସଂପର୍କ ପାଇଁ ଓଡିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ନିକଟରେ ପହଁଚି ଥିଲେ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତିର କାର୍ଯ୍ୟକର୍ତା । ସମିତିର ଉପାଧ୍ୟକ୍ଷ ମନସୁଖଲାଲ ସେଠିଆ,ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଓଡିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ପ୍ରଚାରକ ବିପିନ ବିହାରି ନନ୍ଦ ଓ ବିଶିଷ୍ଟ ସମାଜସେବୀ ଲାଲଚନ୍ଦ ମେହତା ଓଡିଶା ବିଧାନସଭାର ବାଚସ୍ପତିଙ୍କ ପ୍ରକୋଷ୍ଠରେ ପଂହଛି ଥିଲେ । ସୂର୍ଯ୍ୟନାରାୟଣ ପାତ୍ର ସମସ୍ତଙ୍କୁ ସ୍ୱାଗତ କରିଥିଲେ । ସମିତି ତରଫରୁ ବାଚସ୍ପତିଙ୍କୁ ଶ୍ରୀରାମ ମନ୍ଦିରର ଫଟୋ ଓ ଶ୍ରୀରାମ ମନ୍ଦିର ସଂପର୍କିତ ପରିକଳ୍ପନା ତଥ୍ୟାବଳୀ ପ୍ରଦାନ କରାଯାଇଥିଲା ।