ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଭୁବନେଶ୍ୱରରେ ନିଧି ସମର୍ପଣ ଓ ସଂପର୍କ ଅଭିଯାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଭୂମି ଅଯୋଧ୍ୟାରେ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଓଡ଼ିଶାର ଭକ୍ତମାନଙ୍କ ସହଯୋଗ ଓ ସମର୍ପଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣର୍ଥେ ସହଯୋଗ ପ୍ରାପ୍ତି ନିମନ୍ତେ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତି ପକ୍ଷରୁ ଭୁବନେଶ୍ୱରରେ ଅଭିଯାନକୁ ଯୋରଦାର କରାଯାଇଛି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଓଡିଶା, ପଶ୍ଚିମବଙ୍ଗ, ଆଣ୍ଡାମାନ ନିକୋବର ପୂର୍ବକ୍ଷେତ୍ରର କ୍ଷେତ୍ର କାର୍ଯ୍ୟବାହ ଗୋପାଳ ପ୍ରସାଦ ମହାପାତ୍ରଙ୍କ ପିତା ବରିଷ୍ଠ ସମାଜସେବୀ ରାମକୃଷ୍ଣ ମହାପାତ୍ର ନିଧି ସମର୍ପଣ କରିଛନ୍ତି । ଆରଏସ୍‌ଏସ୍‌ର କ୍ଷେତ୍ର ସଂପର୍କ ପ୍ରମୁଖ ବିଦ୍ୟୁତ ମୁଖାର୍ଜି, ସମିତିର ଉପାଧ୍ୟକ୍ଷ ମନସୁଖଲାଲ ସେଠିଆ,ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଓଡିଶା ପୂର୍ବ ପ୍ରାନ୍ତର ସହପ୍ରାନ୍ତ ପ୍ରଚାରକ ସୃଷ୍ଟିଧର ବିଶ୍ୱାଳ, ବିଶିଷ୍ଟ ସମାଜସେବୀ ଲାଲଚନ୍ଦ ମେହତା, ସାରଦା ପ୍ରସାଦ ଶତପଥି ପ୍ରମୁଖ ଉପସ୍ଥିତ ରହି ନିଧି ଗ୍ରହଣ କରିଥିଲେ । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଓଡିଶା ପ୍ରାନ୍ତର ସଂଘଚାଳକ ସମୀର ମହାନ୍ତି ଓ ତାଙ୍କ ସହଧର୍ମିଣୀ ମଞ୍ଜୁଳା ଦେବୀ ଅଯୋଧ୍ୟାରେ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ନିଧି ସମର୍ପଣ କରିଥିଲେ । କ୍ଷେତ୍ର ସଂପର୍କ ପ୍ରମୁଖ ବିଦ୍ୟୁତ ମୁଖାର୍ଜି,ସମିତିର ଉପାଧ୍ୟକ୍ଷ ମନସୁଖଲାଲ ସେଠିଆ,ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଓଡିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ପ୍ରଚାରକ ବିପିନ ବିହାରି ନନ୍ଦ ମହାନ୍ତିଙ୍କ ପାଖରୁ ନିଧି ଗ୍ରହଣ କରିଥିଲେ । ସମିତି ତରଫରୁ ମହାପାତ୍ର ଓ ମହାନ୍ତୀଙ୍କ ପରିବାରକୁ ଶ୍ରୀରାମ ମନ୍ଦିରର ଫଟୋ ଓ ଶ୍ରୀରାମ ମନ୍ଦିର ସଂପର୍କିତ ପରିକଳ୍ପନା ତଥ୍ୟାବଳୀ ପ୍ରଦାନ କରାଯାଇଥିଲା । ଗୋପାଳ ପ୍ରସାଦ ମହାପାତ୍ର ଓ ସମୀର କୁମାର ମହାନ୍ତି ସ୍ୱୟଂ ଘର ଘର ସଂପର୍କ କରି ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଭୂମି ଅଯୋଧ୍ୟାରେ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ନିଧି ସଂଗ୍ରହ କରୁଥିବା ବେଳେ ଏହି ଅଭିଯାନରେ ନିଜ ପରିବାରକୁ ମଧ୍ୟ ସାମିଲ କରିଛନ୍ତି । ଓଡିଶାର ତିନିକୋଟି ଭକ୍ତଙ୍କର ସହଯୋଗ ପ୍ରାପ୍ତି ନିମନ୍ତେ ନିଧି ସମର୍ପଣ ଓ ସଂପର୍କ ଅଭିଯାନ ଗଜପତି ମହାରାଜ ଶ୍ରୀ ଶ୍ରୀ ଦିବ୍ୟସିଂହଦେବ ମହାରାଜଙ୍କ କରକମଳରେ ଉଦ୍‌ଘାଟିତ ହେଲା ପରେ ଭୁବନେଶ୍ୱରରେ ବୁଦ୍ଧିଜୀବୀ, ସାମ୍ବାଦିକ, ମନ୍ତ୍ରୀ, ଶ୍ରମଜୀବୀ ଓ ବିଭିନ୍ନ ବର୍ଗର ମାନ୍ୟଗଣ୍ୟ ବ୍ୟକ୍ତିମାନେ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ନିଧି ସମର୍ପଣ କରିଚାଲିଛନ୍ତି । ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ,କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ,ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ସମ୍ବାଦର ସଂପାଦକ ସୌମ୍ୟ ରଂଜନ ପଟ୍ଟନାୟକ, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ବିଜେପି ରାଜ୍ୟ ସଭାପତି ସମୀର କୁମାର ମହାନ୍ତି,ବିଜେପି ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର,ଭୈରବୀ ଆଗ୍ରୋ ପ୍ରା.ଲିଃର ଅଧ୍ୟକ୍ଷ ଡା. ହରମୋହନ ଦାଶ,କଂଗ୍ରେସ ବରିଷ୍ଠ ନେତା ବିଧାୟକ ସୁର ରାଉତରାୟ, ଯାଜ୍ଞବଳ୍କ ମହାନ୍ତି, ଅଶୋକ କୁମାର ଭଗତ ପ୍ରମୁଖଙ୍କୁ ସମିତି ତରଫରୁ ସଂପର୍କ କରାଯାଇଥିଲା । ସେମାନେ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ନିଧି ସର୍ମପଣ କରିଛନ୍ତି । ଏଥି ସହିତ ଅନେକ ମାଣ୍ୟଗଣ୍ୟ ବ୍ୟକ୍ତି ତଥା ସହରର ବିଭିନ୍ନ ବସ୍ତିରେ ରାମଭକ୍ତ ଭାଇ ଭଉଣୀ ମାନେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ନିଧି ସମର୍ପଣ କରୁଛନ୍ତି । ସୂଚନା ଯୋଗ୍ୟ ଯେ,ଏହି ଅଭିଯାନ ସାରା ଦେଶରେ ୧୪ ଜାନୁୟାରୀରୁ ଆରମ୍ଭ ହୋଇଛି । କ୍ରମରେ ପୂର୍ବ ଓଡିଶାରେ ଜାନୁୟାରୀ ୧୫ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଜାନୁୟାରୀ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ପଶ୍ଚିମ ଓଡିଶାରେ ଜାନୁଆରୀ ୨୫ରୁ ଆରମ୍ଭ ହୋଇ ଫେବୃଆରୀ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ । ସମିତିର କର୍ମକର୍ତାମାନେ ଘରକୁ ଘର ଯାଇ ସଂପର୍କ କରିବା ସହିତ କୁପନ ଓ ରସିଦ୍ ମାଧ୍ୟମରେ ନିଧି ସଂଗ୍ରହ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ