ମଦ ଜବତ : ତିନି ଗିରଫ
ଧାମନଗର,(ସନ୍ତୋଷ କୁମାର ପ୍ରଧାନ): ଏହି ବ୍ଲକ ଧୂସୁରୀ ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମରୁ ଅବକାରୀ ବ8ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବ୍ୟାପକ ପରିମାଣରେ ମଦ ସହିତ ପୋଚ ଜବତ ହୋଇଛି। ଅବକାରୀ ଅଧିକ୍ଷକ ଗୌତମ ସାହୁଙ୍କ ନିର୍ଦେଶ କ୍ରମେ ଧାମନଗର ଅବକାରୀ ଥାନା ଅଧିକାରୀ ଜଗନ୍ନାଥ ମିଶ୍ରଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇଥିଲା। ଚଢ଼ାଉ ବେଳେ ୧୩୦ଲିଟର ମଦ ଜବତ ହୋଇଛି। ଏହାସହିତ ମଦ ରନ୍ଧା ପାଇଁ ରଖାଯାଇଥିବା ପ୍ରାୟ ୮୦କେଜି ପୋ ଚ ମଧ୍ୟ ଜବତ କରାଯାଇଛି। ବେଆଇନ ମଦ କାରବାର କରୁଥିବା ଅଭିଯୋଗ ରେ ଗ୍ରାମର ହେମନ୍ତ ମଳିକ, ଅନାଦି ଚରଣ ମଳିକ ଓ ଭଗବାନ ମିଶ୍ର ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏନେଇ ଓଡିଶା ଅବକାରୀ ଆଇନ ଅନୁଯାୟୀ ୩୩/୨୧,୩୪/୨୧,୩୫/୨୧ରେ ମାମଲା ରୁଜୁ କରାଯାଇଥିବା ଜଣାଯାଇଛି।


