ରଙ୍ଗରୁ ଜାଣନ୍ତୁ ବ୍ୟକ୍ତିତ୍ୱ
ଘରେ ସମସ୍ତେ ନିଜ ପସନ୍ଦ ମୁତାବକ ରଙ୍ଗ କରିଥାଆନ୍ତି । ରଙ୍ଗ କରିବା ଦ୍ୱାରା ଘରର କାନ୍ଥରେ ଲାଗିଥିବା ଯେକୌଣସି ଦାଗ କିମ୍ବା ସିମେଣ୍ଟ୍ ଦାଗ ଲୁଚିଯିବା ସହ ନୂଆ ଚମକ୍ ଆସେ । ଘର ନୂଆ ତିଆରି ହେଉ ବା ପୁରୁଣା ରଙ୍ଗ ତ ନିଶ୍ଚୟ କରାଯାଇଥାଏ । କାନ୍ଥରେ ଲଗାଇବା ପାଇଁ ବ୍ୟବହୃତ ହେଉଥିବା ଅଲଗା ଅଲଗା ରଙ୍ଗ ଆପଣଙ୍କ ବ୍ୟକ୍ତିତ୍ୱ ବିଷୟରେ ସୂଚାଇ ଦେଇଥାଏ । ଏହାଦ୍ୱାରା ଆପଣଙ୍କ ବ୍ୟବହାର, ରକ୍ତଚାପ କମିବା ବା ବଢ଼ିବା ଏବଂ ଚାଲିଚଳନ ବିଷୟରେ ମଧ୍ୟ ଲୋକଙ୍କୁ ସୂଚନା ମିଳିଯାଏ । ଘରେ ଉପଯୁକ୍ତ ରଙ୍ଗ ଏବଂ ଲାଇଟିଂ ଦ୍ୱାରା ଇଣ୍ଟିରିୟର୍ ବଦଳିଯାଏ । ତେଣୁ ସବୁ ରଙ୍ଗର କିଛି ନା କିଛି ବିଶେଷତ୍ୱ ରହିଛି ।
ଲାଲ୍: ଯାହାଙ୍କର ଘରର କାନ୍ଥରେ ଲାଲ୍ ରଙ୍ଗ ଲାଗିଥାଏ ସେ ନିଜ ଲୋକଙ୍କ ଧ୍ୟାନ ଆକର୍ଷଣ କରିଥାଆନ୍ତି । ଏହି ରଙ୍ଗ ଘରେ ଲଗାଇବା ଦ୍ୱାରା ହୃତ୍ସ୍ପନ୍ଦନ ମଧ୍ୟ ତୀବ୍ର ହୋଇଉଠେ ।
କଳା: କଳା ରଙ୍ଗ ଶକ୍ତି ଓ ରିଷ୍ଠତାର ପ୍ରତୀକ । ଯେଉଁମାନେ ନିଜ ଘରେ କଳା ରଙ୍ଗ ଲଗାଇଥାଆନ୍ତି ତାଙ୍କ ବ୍ୟକ୍ତିତ୍ୱ ଖୁବ୍ ଶକ୍ତ ହେବା ସହ ସବୁ ଜାଗାରେ ନିଜ ଆଧିପତ୍ୟ ବିସ୍ତାର କରାଇପାରନ୍ତି ।
କମଳା: ଲାଲ୍ ରଙ୍ଗ ଭଳି କମଳା ରଙ୍ଗ ମଧ୍ୟ ଖୁବ୍ ଧ୍ୟାନକେନ୍ଦ୍ରିକ । ଏହାଦ୍ୱାରା ବି ଜାଣିହୁଏ ଯେ, ବ୍ୟକ୍ତି ଖୁବ୍ କୌତୁହଳ ସ୍ୱଭାବର ଏବଂ ମହତ୍ତ୍ୱାକାଂକ୍ଷୀ ।
ଧଳା: ଯେଉଁମାନେ ନିଜ ଘରେ ଧଳା ରଙ୍ଗ କରାନ୍ତି ସେ ସୌମ୍ୟତାର ପ୍ରତୀକ ଦର୍ଶାଇଥାଆନ୍ତି । ତାଙ୍କ ବିଚାର ବି ପ୍ରତ୍ୟେକ ଦିଗରୁ ଉପଯୁକ୍ତ ଓ ପବିତ୍ର । ଏଭଳି ଲୋକ କୌଣସି କଥାକୁ ଖୁବ୍ ଗୁରୁତ୍ୱର ସହ ବିଚାର କରନ୍ତି ।
ହଳଦିଆ: ହଳଦିଆ ରଙ୍ଗ ଆନନ୍ଦ ଓ ଆଶାବାଦୀର ପ୍ରତୀକ । ଯେଉଁ ଲୋକ ଘରେ ହଳଦିଆ ରଙ୍ଗ ଦେଇଥାଆନ୍ତି ସେ କେବେ ବି ଅବସାଦଗ୍ରସ୍ତ ହୁଅନ୍ତି ନାହିଁ । ଅନ୍ୟମାନଙ୍କୁ ମଧ୍ୟ ସକାରାତ୍ମକ ଚିନ୍ତାଧାରା ଦିଅନ୍ତି ।
ବାଇଗଣୀ : ଏହି ରଙ୍ଗ ରୟାଲିଟି ଓ ସଫଳତାର ପ୍ରତୀକ । ବାଇଗଣୀ ରଙ୍ଗ ଘରେ ଲଗାଇଲେ ସେହି ବ୍ୟକ୍ତିଙ୍କ ପାଖରେ ଯେ କୌଣସି ସମସ୍ୟାର ସମାଧାନ ହୋଇଯାଏ । କିଛି ସମସ୍ୟାକୁ ଅତି କମ୍ ସମୟରେ ସମାଧାନ କରିଦେଇପାରନ୍ତି ।
ସବୁଜ: ଯେଉଁ ଲୋକ ପ୍ରକୃତିର ଖୁବ୍ ନିକଟତର ରହିବାକୁ ଚାହାନ୍ତି ଏବଂ ଜୀବନରେ ଆଗକୁ ବଢ଼ିବାକୁ ଚାହୁଁଥାଆନ୍ତି ସେ ନିଜ ଘରକୁ ସବୁଜ ରଙ୍ଗ ଦେଇଥାଆନ୍ତି । ଅଧିକାଂଶ ଦେଶର ନୋଟ୍ର ରଙ୍ଗ ସବୁଜ । ତେଣୁ ଏହା ପଇସା ସମ୍ବନ୍ଧୀୟ ବୋଲି କୁହାଯାଏ ।


