ପାରଳା ମହାରାଜା ସ୍ୱର୍ଗତ ଗୋପୀନାଥ ଗଜପତିଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷୀକୀ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ମହାରାଜା ତଥା ପୂର୍ବତନ ସାଂସଦ ସ୍ୱର୍ଗତ ଗୋପୀନାଥ ଗଜପତି ନାରାୟଣ ଦେବଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷୀକୀ ଆଜି ପାଳିତ ହୋଇଯାଇଛି । ଏହି ଅବସରରେ ପାରଳାଖେମୁଣ୍ଡି ରାଜପ୍ରାସାଦ ପରିସରରେ ସ୍ୱର୍ଗତ ଗଜପତିଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ତାଙ୍କ ସ୍ମୃତି ଚାରଣ କରାଯାଇଥିଲା । ସେହିପରି ସ୍ୱର୍ଗତ ଗଜପତିଙ୍କ ସମାଧୀପୀଠରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ପାରଳା ଯୁବରାଣୀ ତଥା ସ୍ୱର୍ଗତ ଗୋପୀନାଥ ଗଜପତିଙ୍କ ସୁକନ୍ୟା କଲ୍ୟାଣୀ ଗଜପତିଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ଗଜପତି ବଂଶୀୟ ରିତି ନୀତି ଅନୁଯାୟୀ ଏହି ପ୍ରଥମ ବାର୍ଷୀକୀ ଶ୍ରାଦ୍ଧ ପାଳନ କରାଯାଇଥିଲା । କୋଭିଡ କଟକଣା ଯୋଗୁଁ ଶ୍ରାଦ୍ଧ ଦିବସକୁ ସର୍ବସାଧାରଣରେ କିମ୍ବା ମହାସମାରୋହରେ ପାଳନ କରାଯାଇ ନାହିଁ । କେବଳ ପାରଳା ଜଗନ୍ନାଥ ମନ୍ଦିରରେ ୧୦୮ ବ୍ରାହ୍ମଣଙ୍କୁ ସ୍ୱତନ୍ତ୍ର ଭାବେ ନିମନ୍ତ୍ରଣ କରି ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଗଜପତି ଜିିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ,ବରିଷ୍ଠ ବିଜେଡି ନେତା ମାରୁତ ପାଳ,ବିଜେଡି ଜିଲ୍ଲା ଯୁବ ସଭାପତି ଏସ.ଲିଙ୍ଗରାଜ,ଜିଲ୍ଲା ବିଜେଡି ମହିଳା କାର୍ଯକାରୀ ସଭାପତି ସଂଯୁକ୍ତା ବେହେରା,ପାରଳା ବିଧାୟକ କେ.ନାରାୟଣ ରାଓ,କାଶୀନଗର ବ୍ଲକ ଅଧ୍ୟକ୍ଷ ସି.ଏଚ.ସିମାଦ୍ରୀ,ପାରଳା ପୌର ପରିଷଦର ପୂର୍ବତନ ଅଧ୍ୟକ୍ଷ ନରସିଂହ ପଟ୍ଟନାୟକ ପ୍ରମୁଖଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଏହି ଶ୍ୱାଦ୍ଧ ଦିବସରେ ରାଜପ୍ରାସାଦ ପରିସରରେ ପହଞ୍ଚି ସ୍ୱର୍ଗତ ଗଜପତିଙ୍କ ଫୋଟଚିତ୍ରରେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।


