ବିଧାୟକଙ୍କ ଦ୍ୱାରା ସୋଲାର ଲାଇଟ୍ ଉଦଘାଟିତ

ପାରଳାଖେମୁଣ୍ଡି,( ତାରିଣି ପ୍ରାସାଦ ପଣ୍ଡା) : ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ୮ନମ୍ବର ୱାର୍ଡର ରେକାନା ସାହିରେ ଥିବା ଶିରିଡ଼ି ସାଇବାବା ମନ୍ଦିରରେ ପାରଳାଖେମୁଣ୍ଡି ବିଧାୟକଙ୍କ ପାଣ୍ଠି ୨ ଲକ୍ଷ୍ ଟଙ୍କାରେ ନିର୍ମିତ ସୋଲାର ଲାଇଟ୍ ସିଷ୍ଟମ୍ କୁ ଆଜି ବିଧାୟକ କେ. ନାରାୟଣ ରାଓ ଉଦଘାଟନ କରିଛନ୍ତି l ପରେ ଶିରିଡ଼ି ସାଇବାବାଙ୍କୁ ଦର୍ଶନ କରିଥିଲେ lଏହି ସୋଲାର ଲାଇଟ୍ ଉଦଘାଟନ ଅବସରରେ ପୁର୍ବତନ ନଗରପାଳ ନୃସିଂହ ଚରଣ ପଟ୍ଟନାୟକ, ବିଜେପି ନଗର ସଭାପତି ଜାମିନଦାର ପଟ୍ଟନାୟକ (ବାପି), ଶିରିଡ଼ି ସାଇବାବା ମନ୍ଦିରର ଟ୍ରଷ୍ଟି ବାଲା ପଟ୍ଟନାୟକ ପ୍ରମୁଖଙ୍କ ସମେତ ବହୁ ବିଜେପି କର୍ମକର୍ତ୍ତା ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ