ଜେଏସ୍‌ପିଏଲ୍ ରେ ୭୨ ତମ ଗଣତନ୍ତ୍ର ଦିବସ ପାଳନ

ଯୋଡା,(ସମୀର କୁମାର ଦାସ): ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ୍ (ଜେଏସ୍‌ପିଏଲ୍‌)ର ବଡବିଲଠାରେ ଥିବା ପିଲେଟ୍ ପ୍ଲାନ୍‌ଟରେ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ଲାନ୍‌ଟ ର ମୁଖ୍ୟ ବ୍ରିଜ ବଦହଦରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପତାକା ଉତୋଳନ କରିଥିଲେ ଓ କୋଭିଡ୍ ମହାମାରୀର ସମସ୍ତ ପ୍ରତିଷେଧ ମୂଳକ ନିୟମ ପାଳନକରି ଆୟୋଜିତ ହୋଇଥିବା ଏହି ଉତ୍ସବରେ ପ୍ଲାନ୍‌ଟ ର ସମସ୍ତ ବିଭାଗୀୟ ମୁଖ୍ୟ ମାନଙ୍କ ସହ କର୍ମଚାରୀମାନେ ମଧ୍ୟ ଯୋଗ ଦେଇଥିଲେ । ଏହି ସମାରୋହରେ ପ୍ଲାନ୍‌ଟ ମୁଖ୍ୟ ବ୍ରିଜ ବଦହଦରା, ଜେଏସ୍‌ପିଏଲ ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ବାର୍ତା ପଢି ଶୁଣାଇଥିଲେ । କଠିନ ପରିଶ୍ରମ ଏବଂ ଦୃଢ ସଂକଳ୍ପ ଦ୍ୱାରା କିପରି ଏକ ଆତ୍ମନିର୍ଭର ଭାରତ ଗଠନ କରିପାରିବ, ତାହା ତାଙ୍କ ବାର୍ତା ମାଧ୍ୟମରେ ଜଣାଇଥିଲେ । ପ୍ଲାନ୍‌ଟ ମୁଖ୍ୟ ବଦହଦରା ତାଙ୍କ ଉଦବୋଧନରେ କହିଲେ, ସ୍ୱତନ୍ତ୍ର ଭାରତର ପ୍ରଗତିକୁ ଆହୁରି ଆଗକୁ ବଢାଇବା ପାଇଁ ଆମକୁ ଅଦମ୍ୟ ପରିଶ୍ରମ କରିବାକୁ ପଡିବ । ଉତ୍ସାହ, ସାହସ ଏବଂ ନିଷ୍ଠା ଦ୍ୱାରା ହିଁ ଆମେ ଭାରତକୁ ଏକ ଆତ୍ମନିର୍ଭରଶୀଳ ରାଷ୍ଟ୍ରରେ ପରିଣତ କରିପାରିବା । ଏଥିପାଇଁ ଆମକୁ ନିଜ କର୍ତବ୍ୟ ପଥରେ ଆଗେଇ ଯାଇ ଦୃଢ ସଂକଳ୍ପ ନେବାକୁ ପଡିବ । ଏହି ଉତ୍ସବରେ କମ୍ପାନୀର ବିଭିନ୍ନ ବିଭାଗରେ କାର୍ଯ୍ୟରତ ଥିବା ୮୦ ଜଣ କର୍ମଚାରୀଙ୍କୁ କାର୍ଯ୍ୟଦକ୍ଷତା ଓ ସେବା ପାଇ ସମ୍ମାନିତ କରାଯାଇଥିଲା । ଜେଏସପିଏଲ ର ଭୁବନେଶ୍ୱର କାର୍ଯ୍ୟାଳୟରେ ଗ୍ରୁପ ସିଏସଆର ମୁଖ୍ୟ ଶ୍ରୀ ପ୍ରଶାନ୍ତ କୁମାର ହୋତା ପତାକା ଉତୋଳନ କରି ଶ୍ରୀ ନବୀନ ଜିନ୍ଦଲଙ୍କ ବାର୍ତା ପାଠ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ