ଓଡିଶା ବିଶ୍ୱକର୍ମା ମହାସଂଗଠନ ପକ୍ଷରୁ ୯ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ
ଛତ୍ରପୁର ,(ଦେବଦତ୍ତ ମହାରଣା): ଓଡିଶା ବିଶ୍ୱକର୍ମା ମହାସଂଗଠନ ପକ୍ଷରୁ ୯ ଦଫା ଦାବୀ ନେଇ ସଂଗଠନ ର ସଭାପତି ଗୌତମ ମହାରଣା ଓ ସଂପାଦକ ହାଡୁବନ୍ଧୁ ମହାରଣାଙ୍କ ନେତୃତ୍ୱରେ ଏକ ସମ୍ବଳିତ ଦାବିପତ୍ର ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କବୀନ୍ଦ୍ର କୁମାର ସାହୁଙ୍କୁ ପ୍ରଦାନ କରିଛନ୍ତି । ବିଶ୍ୱକର୍ମା ସମାଜର ଆର୍ଥିକ ଦୃଷ୍ଠିର ଦୁର୍ବଳ କାରିଗର ମାନଙ୍କୁ ୨୦୦୦ ମସିହା ପୂର୍ବରୁ ମଣ୍ଡଳ ସ୍ତରରେ ଦିଆଯାଉଥିବା ସାଜସାମାନ କୁ ପୁନର୍ବାର ଦିଆଯାଉ, ସମାଜର କୁଶଳୀ କାରିଗର ମାନଙ୍କୁ ୪ ବର୍ଷ ବୟସରୁ ସରକାରୀ ଭତ୍ତା ପ୍ରଦାନ କରିବା, କାରିଗେ କାର୍ଯ୍ୟ କରିବା ସମୟରେ କୌଣସି ଦୁର୍ଘଟଣାର ସମ୍ମୁଖିନ ହୋଇ ବିକଳାଙ୍ଗ ହୋଇଗଲେ ସେମାନଙ୍କୁ ଆର୍ଥିକ ସହାୟତା ସ୍ୱରୁପ ଭତ୍ତା ପ୍ରଦାନ କରାଯିବା ସହ ସେମାନଙ୍କ ପିଲାଙ୍କ ଶିକ୍ଷା ଲାବ ପାଇଁ ଅର୍ଥର ବ୍ୟବସ୍ଥା କରାଇବା, ନିଜ ଘରେ କାଠ ରଖି ବିଭିନ୍ନ ଗୃହଉପକରଣ ତିଆରି କରିବାରେ ଯେଉଁ ସରକାରୀ ସମସ୍ୟା ସୃଷ୍ଠି ହେଉଛି ସେହି ଆଇନ୍ କୁ ସରଳ କରାଯିବା ସମେତ ବିଭିନ୍ନ ଦାବୀ ରହିଛି । ଏହି ଦାବିପତ୍ର ପ୍ରଦାନ ବେଳେ ରାଜ୍ୟ ସଭାପତି ନାରାୟଣ ମହାରଣା,ଗଞ୍ଜାମ ଜିଲ୍ଲା ସଭାପତି ଦୁଃଖିଶ୍ୟାମ ମହାରଣା, ଭୁବନେଶ୍ୱର ବ୍ଲକ ସଭାପତି ବରେନ୍ଦ୍ର ମହାରଣା,ଖୋର୍ଦ୍ଦା ବ୍ଲକ ସଭାପତି କାମଦେବ ମହାରଣା, ଗଞ୍ଜାମ ଜିଲ୍ଲା ସଭ୍ୟ ପ୍ରଦୀପ କୁମାର ମହାରଣା, ବେଗୁନିଆପଡା ବ୍ଲକ ଉପ ସଭାପତି ଜାହ୍ନବୀ ମହାରଣା ଓ ଛତ୍ରପୁରର ଭାସ୍କର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।


