ବିଧାୟିକା ଉଷା ଦେବୀଙ୍କ ଦ୍ଵାରା ବିଭିନ୍ନ ପ୍ରକଳ୍ପ ର ଉଦ୍ଘାଟନ
ଚିକିଟି,(କୁରେଶୁ ସାହୁ): ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ର ଚାନ୍ଦପୁର ଓ ନୂଆପଡା ପଞ୍ଚାୟତ ରେ ବିଭିନ୍ନ ପ୍ରକଳ୍ପ ଗୁଡିକ ର ଆଜି ଶୁଭ ଉଦ୍ଘାଟନୀ ଉତ୍ସଵ ସ୍ଥାନୀୟ ବିଧାୟିକା ଙ୍କ ଦ୍ବାରା ଅନୁଷ୍ଟିତ ହୋଇଯାଇଛି। ପ୍ରଥମେ ଡ଼ଭାର ଓ ଦେଉଳିଆପଡା ପାଇଁ ନିର୍ମାଣ ହେବାକୁ ଥିବା ପାନୀୟ ଜଳ ଯୋଗାଣ ଭିତ୍ତି ପ୍ରସ୍ତର ପୁରୋହିତ ପ୍ରସାଦ କୁମାର ପ୍ରହରାଜ ଙ୍କ ଦ୍ଵାରା ପୂଜନ , ଚାନ୍ଦପୁର ଓ ନୂଆପଡା ବାହୁଦା ସେତୁ ଦ୍ବାରା ତିନୋଟି ବ୍ଲକ କୁ ଓ ଅନେକ ଗ୍ରାମ ଗୁଡିକ କୁ ସଂଯୋଗୀ କରଣ ନିମନ୍ତେ ନିର୍ମାଣ ହୋଇଥିବା ବାହୁଦା ସେତୁ, ବାହୁଦା ସେତୁର ଦୁଇ କଡରେ ସୋଲାର ଚାଳିତ ଅଲୋକୀକରଣ ର ଉଦ୍ଘାଟନ ଓ ନୂଆପଡ଼ା ବାହୁଦା ନଦୀ ପଠାରେ ନିର୍ମିତ ଗୋଷ୍ଠୀ ଉଠାଜଳସେଚନ ଆୟକଟ ୨୨ ହେକ୍ଟର ର ମା ଗାୟତ୍ରୀ ପାଣିପାଞ୍ଚାୟତ କୁ ପୂର୍ବତନ କେବିନେଟ ମନ୍ତ୍ରୀ ବର୍ତ୍ତମାନର ଚିକିଟି ବିଧାୟିକା ଶ୍ରୀମତୀ ଉଷା ଦେବୀ କରକମଳ ରେ ଉଦ୍ଘାଟନ କରିଛନ୍ତି।,ଚିକିଟି ବ୍ଲକ ଅଦ୍ଧଖ୍ୟା ଏମ ପଦ୍ମା,ବିଡ଼ିଓ ଫାଲ୍ଗୁନି ମାଝୀ, ଏ ଇ ସୁଶାନ୍ତ କୁମାର ପଟନାୟକ,ଜିଲ୍ଲା ପରିଷଦ ସଭ୍ୟା ପ୍ରମୋତି ପ୍ରଧାନ,ଯୁବ ସଙ୍ଗଠକ ସୁରେନ୍ଦ୍ର ମଣ୍ଡଳ,ଏମ ନାଗରାଜୁ, ନୂଆପଡାସରପଞ୍ଚ ଏସ ମମତା,ବି କୃଷ୍ଣମୂର୍ତ୍ତି ,ଚାନ୍ଦପୁର ସରପଞ୍ଚ ମୋନାଜ କୁମାର ସାହୁ, ପ୍ରଶାନ୍ତ ପାଢ଼ୀ, ପ୍ରଭାତ ପାଢ଼ୀ,ଦ୍ଵାରିକାପଣ୍ଡା,ରଞ୍ଜିତ ଗୌଡ଼ ଓ ଞ୍ଚଳର ଅନେକ ଯୁବ ସମାଜ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ସାଫଲ୍ୟ ମଣ୍ଡିତ କରିଥିଲେ।


