ଅଗ୍ନିକାଣ୍ଡରେ ୩ ବଖରା ଭସ୍ମୀଭୂତ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଟିଲୋ କଣ୍ଟାପଡା ଗ୍ରାମରେ ଅଗ୍ନିକାଣ୍ଡ ଘଟି ଗଣନାଥ ଦାସଙ୍କର ୩ ବଖରା ଗୃହ ଭସ୍ମୀଭୂତ ହୋଇଯାଇଛି । ଗୁରବାର ରାତି ୧୦ଟା ୪୫ ବେଳେ ଶୋଇଥିବା ଅବସ୍ଥାରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡ ଫଳରେ ୩ ବଖରା ଗୃହ ସମେତ ଘରର ସମସ୍ତ ଆସବାବପତ୍ର, ଖାଦ୍ୟସାମଗ୍ରୀ ଜଳି ପୋଡି ପାଉଁଶ ହୋଇଯାଇଛି । ଯାହାର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଛି । ଖବର ପାଇ ଆଗରପଡା ଦମକଳ ବାହିନୀ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲା । ଅଗ୍ନିକାଣ୍ଡର ସଠିକ୍ କାରଣ କିଛି ଜଣାପଡି ନାହିଁ ।


