ବାଲିପଦରରେ ” ମୋ ଗାଁରେ ତହସିଲ “କାର୍ଯ୍ୟକ୍ରମ ଅନୁଷ୍ଠିତ
ବୁଗୁଡା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ବ୍ଲକର ବାଲିପଦର ଠାରେ ଜାନୁଆରୀ ୨୯ ତାରିଖ ଦିନ ” ମୋ ଗାଁରେ ତହସିଲ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ଯୋଗଦେଇ ୬୫ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ୫୨ ଜଣଙ୍କୁ ପଟ୍ଟା ଓ ବିଭିନ୍ନ ପ୍ରମାଣ ପତ୍ର ପ୍ରଦାନ କରିଥିବା ବେଳେ ୧୩ ଜଣଙ୍କ ଠାରୁ ମ୍ୟୁଟେସନ ଓ କିସମ ପରିବର୍ତ୍ତନ ଦରଖାସ୍ତ ସଂଗ୍ରହ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ଜେନା, ସମିତି ସଭ୍ୟ ମହେନ୍ଦ୍ର କୁମାର ପଣ୍ଡା, ସମାଜସେବୀ ରତ୍ନାକର ମହାରଣା, କନିଷ୍ଠ ଯନ୍ତ୍ରୀ ଏ.ରାମା ରାଓ ଏବଂ ରାଜସ୍ୱ ବିଭାଗର କର୍ମଚାରୀ ବୃନ୍ଦ ଯୋଗଦେଇଥିଲେ ।


