ବିଜେପିର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ
ଶେରଗଡ଼, (ବିଭୁ ପ୍ରସାଦ ଦାସ): ବ୍ଲକ ଅନ୍ତର୍ଗତ ଧବଳ ପୁର ଗ୍ରାମ ରେ ବିଜେପି ପକ୍ଷରୁ ରବିବାର ଅଲାରୀ ଗଡ଼ ର ଜୟ ଦେବ ଜେନା ଓ ଧବଳ ପୁର ର ସଞ୍ଜୟ ପ୍ରଧାନ ଙ୍କ ନେତୃତ୍ୱରେ ଏକ ବନ୍ଧୁମିଳନ କାଯ୍ୟକ୍ରମ ଅନୁତିଷ୍ଠ ହୋଇଥିଲା ଉକ୍ତ କାର୍ଯ୍ୟକ୍ରମରେ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ପଞ୍ଚାୟତ ସ୍ତରରେ ଦଳକୁ ସୁଦୃଢ କରିବା ପାଇଁ ଆଲୋଚନା ସହ ରାଜ୍ୟ ସରକାରଙ୍କ ମନମୁଖୀ ଶାସନ ଓ ବାଟମାରଣା ନିତି ଯୋଗୁଁ, ଆଗାମୀ ଦିନରେ ବିଜେପି ଯୁବମୋର୍ଚ୍ଚା ପ୍ରତ୍ୟେକ ବ୍ଳକ୍ , ଥାନା ଓ ତହସିଲ୍ କାର୍ଯ୍ୟାଳୟ ଘେରାଉ କରି ଦୃଢ଼ ଜବାବ ଦେବ ବୋଲି ଆଲୋଚନା ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ଶେରଗଡ଼ ବ୍ଳକ୍ ଓ ଘୁମୁସର ଗଞ୍ଜାମ ସାଂଗଠନିକ ଜିଲ୍ଲାର ବରିଷ୍ଠ ନେତୃବୃନ୍ଦ ଉପସ୍ଥିତି ଥିଲେ। ଅମ୍ବିକା ପଣ୍ଡା, ଗିରିଧର ପାଢ଼ୀ, ପୁରୁଷୋତ୍ତମ ସ୍ବାଇଁ, ସିମାଞ୍ଚଳ ଗୈଡ, ଜୟରାମ ସ୍ବାଇଁ, ସୁସାନ୍ତ ସେଠୀ, କୃଷ୍ଣ ଚନ୍ଦ୍ର ସାହୁ, ବିଜୟ ବିଶ୍ଵାଳ, ଶରତ ସ୍ବାଇଁ, ବୃନ୍ଦାବନ ଦାସ, ପ୍ରମୋଦ ପଣ୍ଡା ବିଜେପି ଯୁବମୋର୍ଚ୍ଚା ସଭାପତି ଘୁମୁସର ଗଞ୍ଜାମ, ପବିତ୍ର ମୋହନ ନାୟକ ସଂଯୋଜକ ଘୁମୁସର ଗଞ୍ଜାମ ଶେଷରେ ଧବଳପୁର ମଣ୍ଡଳ ସଭାପତି ପଞ୍ଚାନନ ଡାକୁଆ ଧନ୍ୟବାଦ ଅର୍ପଣ କରି ସଭାକୁ ସମାପ୍ତ କରିଥିଲେ।