କେନ୍ଦ୍ରାପଡାର ଉପଜିଲ୍ଲାପାଳ ଭାବେ ଯୋଗଦେଲେ ନିରଞ୍ଜନ ବେହେରା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡାର ନୂତନ ଉପଜିଲ୍ଲାପାଳ ଭାବେ ନିରଞ୍ଜନ ବେହେରା ଆଜି ଯୋଗଦେଇଛନ୍ତି । ଶ୍ରୀ ବେହେରା ଟାଙ୍ଗି-ଚୈାଦ୍ୱାରର ତହସିଲଦାର ଭାବେ କାର୍ଯ୍ୟରତ ଥିଲେ । ଏଠାରେ ଥିବା ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ରଙ୍କର ଯାଜପୁର ଉପଜିଲ୍ଲାପାଳ ଭାବେ ବଦଳି ହୋଇଥିଲା । ଏଠାରେ ସୂଚନା ଯୋଗ୍ୟ ଯେ ଶ୍ରୀ ବେହେରା ପୂର୍ବରୁ ଜିଲ୍ଲାର ମାର୍ଶାଘାଇ ତହସିଲରେ ତହସିଲଦାର ଭାବେ କାର୍ଯ୍ୟ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ