ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଲା ‘କେଶରୀ’

ବଡ ପରଦାରେ ରିଲିଜ ହୋଇସାରିଛି ଅକ୍ଷୟ କୁମାରଙ୍କ ଫିଲ୍ମ ‘କେଶରୀ’ା ରିଲିଜ୍ ହେବାର ପ୍ରଥମ ଦିନରେ ହିଁ ୨୦୧୯ର ସମସ୍ତ ରେକର୍ଡ଼ ଭାଙ୍ଗି ଦେଇଛି ଏହି ଚଳଚ୍ଚିତ୍ର। ପ୍ରଥମ ଦିନରେ ୨୧ କୋଟିରୁ ଅଧିକ ବିଜନେସ୍ କରିଥିବା ‘କେଶରୀ’ ହୋଲିରେ ମଧ୍ୟ ବେଶ୍ ଭଲ ବିଜନେସ୍ କରିଛିାବକ୍ସ ଅଫିସ୍କୁ ଚଳିତ ବର୍ଷର ସବୁଠୁ ବଡ଼ ଓପନିଂ କଲେକସନ୍ ‘କେଶରୀ’ ଦେଇଛିା ହୋଲି ହୋଇଥିବା ସତ୍ତ୍ୱେ ଲୋକେ ‘କେଶରୀ’ ଦେଖିବାକୁ ଥିଏଟର୍ର୍ ଭିଡ଼ ଜମାଇଥିବା ଦେଖିବାକୁ ମିଳିଥିଲା।
ପ୍ରଥମଦିନରେ ଏହା ୧୬ କୋଟି ୭୦ ଲକ୍ଷ ଟଙ୍କା ଆୟ ଓ ଦୁଇଦିନର ସର୍ବମୋଟ ଆୟ ୩୭ କୋଟି ୭୬ ଲକ୍ଷ ଟଙ୍କା ରହିଛି
ଏହି ଫିଲ୍ମଟି ‘ଧର୍ମା ପ୍ରଡକ୍ସନ’ ବ୍ୟାନରରେ ପ୍ରସ୍ତୁତ କରାଯାଇଛି। ନିର୍ଦ୍ଦେଶନା ଦେଇଛନ୍ତି ଅନୁରାଗ ସିଂ। ଫିଲ୍ମର କାହାଣୀ ଗିରୀଶ କୋହଲି ଓ ଅନୁରାଗ ସିଂ ମିଳିତ ଭାବେ ଲେଖିଛନ୍ତି। ‘କେଶରୀ’ର କାହାଣୀ ‘ସାରାଗଢ଼ି’ ଯୁଦ୍ଧ ଉପରେ ଆଧାରିତ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ