ଯଶୋଟିକିରି ମହାବୀର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ କେନ୍ଦୁଝରକୁ ହରାଇ ଯାଜପୁର ଟାଉନ ସେମିରେ
ବାରିକପୁର,(ଓ୍ବାଇଏନ୍ଏସ୍): ଭଣ୍ଡାରିପୋଖରୀ ବ୍ଲକ ଯଶୋଟିକିରି ଖେଳ ପଡିଆ ଠାରେ ମହାବୀର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ଚତୁର୍ଥ କ୍ୱାଟରଫାଇନାଲ ମ୍ୟାଚ ଇଲେଭେନ ଷ୍ଟାର ଯାଜପୁର ଟାଉନ ସହିତ ୟୁନିକ କ୍ରିକେଟ ଏକାଡେମୀ କେନ୍ଦୁଝର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ୟୁନିକ କ୍ରିକେଟ ଏକାଡେମୀ କେଉଁଝରକୁ ୧୩୨ରନରେ ହରାଇ ଯାଜପୁର ଟାଉନ ସେମିରେ ପ୍ରବେଶ କରିଛି । ଇଲେଭେନ ଷ୍ଟାର ଯାଜପୁର ଟାଉନ ଟସ ଜିତି ପ୍ରଥମେ ବ୍ୟାଟିଂ କରି ୨୫ଓଭରରେ ୯ଉଇକେଟ ହରାଇ ୨୩୦ରନ ସଂଗ୍ରହ କରିଥିଲା । ଦଳପକ୍ଷରୁ ରାଜେଶ ସେଠୀ ବ୍ୟକ୍ତିଗତ ୪୫ଟିବଲରୁ ୭୩, ପିଣ୍ଟୁ ଶର୍ମା ୩୩ବଲରୁ ୫୪ ଓ ଅଭିଳାଷ ରାଉତରାୟ ୨୮ଟିବଲରୁ ୧୮ ରନ ସଂଗ୍ରହ କରିଥିଲେ । ବିପକ୍ଷ ଦଳ ପକ୍ଷରୁ କୁଞ୍ଜନ ପ୍ରଜାପତି ୫ଓଭର ବୋଲିଂ କରି ୨୯ରନ ଦେଇ ୩ଉଇକେଟ ପାଇଥିଲେ । ଜବାବରେ ୟୁନିକ କ୍ରିକେଟ ଏକାଡେମୀ କେଉଁଝର ୧୪.୧ଓଭରରେ ସମସ୍ତ ଉଇକେଟ ହରାଇ ୯୮ରନ କରି ପରାଜିତ ହୋଇଥିଲା । ଦଳପକ୍ଷରୁ ଶୁଭମ ପ୍ରିୟଦର୍ଶନୀ ୧୯ଟି ବଲରୁ ୨୭ ଓ ହିତେଶ ତିୱାରୀ ୧୦ଟିବଲରୁ ୨୩ରନ ସଂଗ୍ରହ କରିଥିଲେ । ବିପକ୍ଷ ଦଳର ବୋଲର ସୋହେଭ ଅକତର ୫ଓଭର ବୋଲିଂ କରି ୨୪ରନ ଦେଇ ୪ଉଇକେଟ ପାଇଥିଲେ । ମ୍ୟାନ ଅଫ ଦି ମ୍ୟାଚ ଭାବେ ସୋହେବ ଅକତରଙ୍କୁ ପୁରସ୍କୃତ କରାଯାଇଥିଲା । କାଳନ୍ଦୀ ପଣ୍ଡା ଓ ଦୁର୍ଗା ପ୍ରସାଦ ପଟ୍ଟନାୟକ ଅମ୍ପେୟାର ଭାବେ ଖେଳ ପରିଚାଳନା କରିଥିବାବେଳେ ସ୍କୋରର ଭାବେ ଦେବାଶିଷ ରଥ, ସୌମ୍ୟ ବର୍ଦ୍ଧନ, ମାନସ ନନ୍ଦ ଓ ଭାଷ୍ୟକାର ଭାବେ ପ୍ରତ୍ୟୁଷ ସାହୁ ଓ ପ୍ରଦୀପ ଜେନା ଧାରାବିବରଣୀ ପ୍ରଦାନ କରିଥିଲେ । ଗୁରୁବାର ପ୍ରଥମ ସେମିଫାଇନାଲ ମ୍ୟାଚ ଉତ୍କଳିକା ସ୍ପୋଟିଂ ବାସୁଦେବପୁର ସହିତ ଟାଉନ କ୍ଲବ ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହେବ ।


