ଜନଶକ୍ତି ପାର୍ଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏ.ଡି.ଏମ.ଙ୍କୁ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ଜନଶକ୍ତି ପାର୍ଟି ପକ୍ଷରୁ ଏକ ୮ଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ପାର୍ଟିର ରାଜ୍ୟ ସଭାପତି ଆଇନଜୀବି ପ୍ରଦୀପ କୁମାର ଦାଶଙ୍କ ନେତୃତ୍ୱରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କୁ ପ୍ରଦାନ କରାଯାଇଛି । ଦାବିପତ୍ରରେ ଉଲ୍ଲେଖ ରହିଛି ଯେ କୋଭିଡ -୧୯ ସମୟର ବର୍ଦ୍ଧିତ ବିଦ୍ୟୁତ ବିଲକୁ ହ୍ରାସ କରାଯିବା ସହ ବିଦ୍ୟୁତ ଜୋରିମାନାକୁ କମାଇବା ଏବଂ ପୁରୁଣା ବିଲକୁ ପ୍ରଦାନ କରିବା ପାଇଁ ଉପଭୋକ୍ତାମାନଙ୍କୁ କିସ୍ତିର ସୁଯୋଗ ପ୍ରଦାନ କରିବା,କଳାବଜାରୀଙ୍କ ପାଇଁ ଅତ୍ୟାବଶ୍ୟକୀୟ ଦ୍ରବ୍ୟର ଅତ୍ୟଧିକ ମୂଲ୍ୟ ବୃଦ୍ଧି ହେତୁ ତାହାକୁ ଜିଲ୍ଲାପାଳଙ୍କ ଦ୍ୱାରା ଯାଂଚ କରାଯାଇ ମୂଲ୍ୟ ବୃଦ୍ଧିକୁ ହ୍ରାସ କରାଯିବା ସହ ନିର୍ମାଣ ସାମଗ୍ରୀର ମୂଲ୍ୟ ବୃଦ୍ଧିକୁ ହ୍ରାସ ପାଇଁ ପଦକ୍ଷେପ ଗ୍ରହଣ କରିବା, ସମିତି ଓ ସମିତିର ସମ୍ପାଦକ ଏବଂ ମିଲରଙ୍କ ଯୋଗୁଁ ଧାନବିକ୍ରୀ ନିମନ୍ତେ ଚାଷୀମାନେ ମାନସିକ ଓ ଆର୍ଥିକ ଭାବରେ କ୍ଷତିଗ୍ରସ୍ତ ହେଉଥିବାରୁ ବିଭାଗୀୟ ଅଧିକାରୀଙ୍କ ମାଧ୍ୟମରେ ତାହାର ତଦନ୍ତ କରାଯିବା, ନୂତନ ପରିବହନ ନିୟମ ଯୋଗୁଁ ସାଧାରଣଲୋକଙ୍କୁ ଅଧିକ ଜୋରିମାନା ଦେବାକୁ ପଡୁଥିବାରୁ ସେହି ନିୟମର ପରିବର୍ତ୍ତନ କରାଯାଉ, କେନ୍ଦ୍ରାପଡାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବା, ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକକୁ ଏକ ସବଡିଭିଜନରେ ପରିଣତ କରାଯିବା, କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟରେ ପରିଣତ କରାଯିବା ଏବଂ ଗୋବରୀ ନଦୀର ପୁନରୁଦ୍ଧାର କରାଯିବା ସହ ତାହାର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପାର୍ଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି । ଦାବିପତ୍ର ପ୍ରଦାନ ସମୟରେ ରାଜ୍ୟ ସଭାପତି ଶ୍ରୀ ଦାଶଙ୍କ ସମେତ ବସନ୍ତ କୁମାର ଦାସ, ପ୍ରଫେସର ସୂର୍ଯ୍ୟମଣୀ ପଣ୍ଡା, ରମେଶ ଥାଟୋଇ, ବିଦ୍ୟାଧର ପଣ୍ଡା, ଅଜୟ ଦାସ, ଶାନ୍ତନୁ କୁମାର ଦାଶ, ବୀବେକ ନାୟକ, ରାଜେନ୍ଦ୍ର କୁମାର ସ୍ୱାଇଁ, ସେକ ଅମିରୁଦ୍ଦିନ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ