କଲାମଙ୍କ ୮୮ତମ ଜନ୍ମଜୟନ୍ତୀ ପାଳିତ
ଭୁବନେଶ୍ୱର,: ରାଜ୍ୟସ୍ତରୀୟ ବିଶ୍ୱଛାତ୍ର ଦିବସ ପାଳନ ଅବସରରେ ସବୁଜ ଭାରତ ତରଫରୁ ପୂର୍ବତନ ରାଷ୍ଟ୍ରପତି ତଥା ଭାରତରତ୍ନ ମିଶାଇଲ୍ ମ୍ୟାନ୍ ଡକ୍ଟର ଏ.ପି.ଜେ. ଅବଦୁଲ କଲାମଙ୍କ ୮୮ତମ ଜୟନ୍ତୀ ଝାରପଡ଼ାସ୍ଥିତ ମଧୁରମୟୀ ଶିକ୍ଷାନିକେତନଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କ୍ଲାପର ସଭାପତି ଡକ୍ଟର ବିକାଶ ଦାଶ କହିଲେ ଯେ, କଲାମଙ୍କ ପରି ଜଣେ ନିଷ୍ଠାପର ଦେଶଭକ୍ତ ଅନ୍ୟମାନଙ୍କ ପାଇଁ ସବୁବେଳେ ପ୍ରେରଣାର ଉତ୍ସ ହୋଇ ରହିବା ସହ ଯୁବସମାଜକୁ ଦିଗ୍ଦର୍ଶନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଇମ୍ରାନ ଅଲ୍ଲୀ ଓ ମଧୁରମୟୀ ଶିକ୍ଷାନିକେତନର ପରିଚାଳିକା ନିରୋଜାଲକ୍ଷ୍ମୀ ମହାପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ କଲାମଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ । ଶେଷରେ ସବୁଜ ଭାରତର ସମ୍ପାଦକ ସତ୍ୟବ୍ରତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଦେବାଶିଷ ଦାସ, ନିରଞ୍ଜନ ସାହୁ, ମନୋସ୍ମିତା ମିଶ୍ର, ହରପ୍ରସାଦ ମହାପାତ୍ର, ସାଗର ମଲ୍ଲିକ, ଶ୍ରୀବତ୍ସ ଲାଞ୍ଛନ ସାହୁ, ଲିଜାରାଣୀ ନାୟକ ପ୍ରମୁଖଙ୍କୁ ଅବଦୁଲ୍ କଲାମ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା ।