ଯଶୋଟିକିରି ମହାବୀର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ;ଇଲେଭେନ ଷ୍ଟାର ଯାଜପୁରକୁ ହରାଇ ବାସୁଦେବପୁର ଚାମ୍ପିଅନ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ନେରଡା ପଞ୍ଚାୟତ ଯଶୋଟିକିରି ଠାରେ ୨୪ତମ ମହାବୀର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଫାଇନାଲ ମ୍ୟାଚ ଉତ୍କଳିକା ସ୍ପୋଟିଂ ବାସୁଦେବପୁର ସହିତ ଇଲେଭେନ ଷ୍ଟାର ଯାଜପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଇଲେଭେନ ଷ୍ଟାର ଯାଜପୁରକୁ ହରାଇ ବାସୁଦେବପୁର ଚାମ୍ପିଅନ ହୋଇଥିଲା । ବାସୁଦେବପୁର କ୍ରିକେଟ ଟିମ ଟସ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୫ଓଭରରେ ୯ଉଇକେଟ ହରାଇ୧୯୧ରନ ସଂଗ୍ରହ କରିଥିଲା । ଦଳପକ୍ଷରୁ ଅଲେଖ ବେହେରା ୬୨ ଓ ମାନସ ମହାଳିକ ୪୭ରନ ସଂଗ୍ରହ କରିଥିଲେ । ଅପରପକ୍ଷର ବୋଲର ବିନୋଦ ବାରିକ ୫ଓଭର ବୋଲିଂ କରି ୩୨ରନ ଦେଇ ୪ଟିଉଇକେଟ ପାଇଥିଲେ । ଜବାବରେ ଇଲେଭେନ ଷ୍ଟାର ଯାଜପୁର ୨୩.୧ଓଭରରେ ୧୪୨ର କରି ପରାଜିତ ହୋଇଥିଲା । ଦଳପକ୍ଷରୁ ସତ୍ୟସାଗର ମହାନ୍ତି ୩୩, ଜ୍ଞାନରଞ୍ଜନ ସ୍ୱାଇଁ ୨୮ ରନ ସଂଗ୍ରହ କରିଥିଲେ । ଅପରପକ୍ଷର ବୋଲର ହିତେଶ କାଗା ୫ଓଭର ବୋଲିଂ କରି ୧୯ରନ ଦେଇ ୩ଉଇକେଟ ପାଇଥିଲେ । କାଳନ୍ଦୀ ପଣ୍ଡା ଓ ଦୁର୍ଗା ପ୍ରସାଦ ପଟ୍ଟନାୟକ ଅମ୍ପେୟାର ଭାବେ ଖେଳ ପରିଚାଳନା କରିଥିବାବେଳେ ସ୍କୋରର ଭାବେ ମହେଶ୍ୱର ରାଉତ, ଅସିତ ରାଉତରାୟ ଓ ଭାଷ୍ୟକାର ଭାବେ ପ୍ରତ୍ୟୁଷ ସାହୁ ଓ ଦିଲ୍ଲୀପ ପୃଷ୍ଟି ଧାରାବିବରଣୀ ପ୍ରଦାନ କରିଥିଲେ । ଗାୟକ ହରିହର ପଲ୍ଲାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣ ସଭାରେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲ, ସରପଞ୍ଚ ବଦ୍ରୀନାରାୟଣ ରାଉତ, ସମାଜସେବୀ ଗୋଲକ ଚନ୍ଦ୍ର ବେହେରା, ବନମାଳୀ ପୃଷ୍ଟି, ପ୍ରାକ୍ତନ ସରପଞ୍ଚ ତପସ୍ୱିନୀ ଜେନା, ପ୍ରତାପ ରାଉତ, ହରେକୃଷ୍ଣ ପ୍ରଧାନ, ଉମାକାନ୍ତ ଜେନା ପ୍ରମୁଖ ଯୋଗଦେଇ ଚାମ୍ପିଅନ ଓ ରନଅର୍ସଅପ ଟିମକୁ ପୁରସ୍କୃତ କରିଥିଲେ । ମ୍ୟାନ ଅଫ ଦି ମ୍ୟାଚ ଭାବେ ଅଲେଖ ବେହେରା, ମ୍ୟାନ ଅଫ ଦି ସିରିଜ ମାନସ ମୁଦୁଲି, ବେଷ୍ଟ ବୋଲର ହିତେଶ କାଗାଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଅନୁଷ୍ଠିତ ୨୪ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ମହାବୀର କ୍ଲବର ସଭାପତି ତପନ ପ୍ରଧାନ, ସମ୍ପାଦକ ପ୍ରତାପ ପଣ୍ଡା, ସଂଯୋଜକ ମାନସ ରଞ୍ଜନ ପଣ୍ଡା, ଅଧ୍ୟକ୍ଷ ସୁଧାଂଶୁ ରାଉତ, ବିରଞ୍ଚି ନାରାୟଣ ରାଉତ, ମ୍ୟାନେଜର ଉମେଶ ଚନ୍ଦ୍ର ସ୍ୱାଇଁ, ଦିଲ୍ଲୀପ ପୃଷ୍ଟି, ପ୍ରଭାସ ରାଉତରାୟ, ସାଗର ରଥ, ରଶ୍ମି ରଥ, ଅବିନାଶ ପଣ୍ଡା, ପ୍ରଭୁକଲ୍ୟାଣ ସାମଲ, କୈଳାସ ଦ୍ୱିବେଦୀ ପ୍ରମୁଖ ପରିଚାଳନା କରିଥିଲେ ।