ତପ୍ତପାଣି ଘାଟିରେ ଓଲଟିଲା ମକା ମଞ୍ଜି ଟ୍ରକ

ସାନଖେମୁଣ୍ଡି ,(ପଦ୍ମଲୋଚନ ପାଣିଗ୍ରାହୀ): ପାଟପୁର ଥାନା ତପ୍ତପାଣି ଘାଟି ପାଳୁଖୋଳା ଗ୍ରାମ ନିକଟରେ ଆଜି ସନ୍ଧ୍ୟା ରେ ଏକ ମକା ବୋଝେଇ ଟ୍ରକ ଓଲଟି ପଡିଛି l ରବିବାର ଟ୍ରକ ଟି ନଂ OD02R 4062 ଟି ଗଜପତି ଜିଲ୍ଲା ରୁ ଦିଗପହଣ୍ଡି ଅଭିମୁଖେ ମକା ମଞ୍ଜି ବୋଝେଇ ଯାଉଥିବା ସମୟରେ ପାଳୁଖୋଳା ଗ୍ରାମ ନିକଟ ଘାଟିରେ ଗାଡିର ବ୍ରେକ ଫେଲ ହୋଇଯାଇଥିଲା । ଫଳରେ ଗାଡ଼ି ଟି ଭାରସ୍ୟାମ ହରାଇ ଓଲଟି ପଡିଥିଲା l ଖବରପାଇ ପାଟପୁର ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ କରି ଫେରିଥିବା ଜଣା ପଡିଛି l ଏହି ଦୁର୍ଘଟଣାରେ କାହାରିକୁ ଆଘାତ ଲାଗିନଥିବା ସୂଚନା ମିଳିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ