ଭାଗବତ ପ୍ରସାଦ ମହାନ୍ତି ଟ୍ରଷ୍ଟ ପକ୍ଷରୁ ଆଇନଜୀବି ହାଡିବନ୍ଧୁ ବେହେରାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ସହରର କାକଟସ୍ଥିତ ଭାଗବତ ପ୍ରସାଦ ମହାନ୍ତିଙ୍କ ବାସଭବନ ପରିସରରେ ବରିଷ୍ଠ ଆଇନଜୀବି ସ୍ୱର୍ଗତ ହାଡିବନ୍ଧୁ ବେହେରାଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଭାଗବତ ପ୍ରସାଦ ମହାନ୍ତି ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି ଶୋକସଭାରେ ଟ୍ରଷ୍ଟର ସମ୍ପାଦକ ବସନ୍ତ କୁମାର ସେଠୀ ସଭାପତିତ୍ୱ କରିଥିଲେ । ଶୋକସଭାରେ ଉପସ୍ଥିତ ବକ୍ତାମାନେ ସ୍ୱର୍ଗତ ବେହେରାଙ୍କ ବହୁମୂଖି ପ୍ରତିଭା ସମ୍ପର୍କରେ ଭୂୟସୀ ପ୍ରସଂଶା କରିଥିଲେ । ସ୍ୱର୍ଗତ ବେହେରାଙ୍କ ଜୀବଦଶାରେ “ସାଗରୀକା ଖାଉଟି ସମବାୟ ଭଣ୍ଡାର” ର ସଭାପତି, କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କର ନିର୍ଦେଶକ, ଆୟବା ସମବାୟ ସମିତିର ସଭାପତି, ଭାଗବତ ପ୍ରସାଦ ମହାନ୍ତି ଟ୍ରଷ୍ଟର ସଭ୍ୟ, ସିଦ୍ଧ ବଳଦେବଜୀଉ ଗୋରକ୍ଷଣୀର ସଭ୍ୟ ଭାବରେ ଦକ୍ଷତାର ସହ କାର୍ଯ୍ୟ କରିବା ସହିତ ସମବାୟ ଆନ୍ଦୋଳନର ଅନ୍ୟତମ ପୁରୋଧା ଭାବେ କେନ୍ଦ୍ରାପଡା ଜିଲ୍ଲାରେ ଜଣେ ପ୍ରତିଷ୍ଠିତ ଲୋକ ଭାବେ ପରିଚିତ ଥିଲେ । ଆଇନବ୍ୟବସାୟ ଆରମ୍ଭରୁ ପ୍ରତିଷ୍ଠିତ ଓକିଲ ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କ ସହକାରୀ ଭାବେ କାର୍ଯ୍ୟକରି ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜୀବନ ଖଦିବସ୍ତ୍ର ପରିଧାନ କରୁଥିଲେ । ଶାନ୍ତ, ସରଳ, ଅମାୟିକ ଭଦ୍ରବ୍ୟକ୍ତି ଭାବରେ ଅନେକ ସାମାଜିକ ସଂଗଠନ କାର୍ଯ୍ୟରେ ନିଜକୁ ନିୟୋଜିତ କରି ଲୋକପ୍ରିୟତା ଅର୍ଜ୍ଜନ କରିଥିଲେ । ଏହି ଶୋକସଭାରେ ସିଦ୍ଧ ବଳଦେବଜୀଉ ଗୋରକ୍ଷଣୀର ସମ୍ପାଦକ ତଥା ଟ୍ରଷ୍ଟ ସଭ୍ୟ ସୁସିଲ କୁମାର ସାମଲ, ଫକିର ଚରଣ ଖଟୁଆ, କୃପାସିନ୍ଧୁ ସାହୁ, ମୁକ୍ତାର ଖାଁ, ମହେନ୍ଦ୍ର ପରିଡା, ବରିଷ୍ଠ ଆଇନଜୀବି ଧ୍ରୁବ ଚରଣ ଜେନା, ଶରତ କୁମାର ବେହୁରା, ବିଧୁଭୂଷଣ ମହାପାତ୍ର ପ୍ରମୁଖ ଯୋଗଦେଇ ସ୍ୱର୍ଗତ ବେହେରାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନୀରବ ପ୍ରାର୍ଥନା କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ