ମାଳତୀ ଗାଁରେ ଜାଇକା ତରଫରୁ ନୂତନ ଜଙ୍ଗଲ ସୃଷ୍ଟି ପାଇଁ ସଚେତନତା ସଭା
ବେଲଗୁଣ୍ଠା, (ଯୁଗାବ୍ଦ ନ୍ୟୁଜ) : ଗାଙ୍ଗପୁର ନିକଟସ୍ଥ ମାଳତୀ ଗ୍ରାମରେ ଗାଙ୍ଗପୁର ବନପାଳ ଜି.ଭେଙ୍କଟ୍ ରାଓ ଦୋରାଙ୍କ ସଭପତିତ୍ୱରେ ଭି.ଏସ୍.ଏସ୍ ମାନଙ୍କୁ ନେଇ ନୂତନ ଜଙ୍ଗଲ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୁପେ କେନ୍ଦ୍ରିୟ ବନଖଣ୍ଡ ଅଧିକାରୀ ସନ୍ତୋଷ କୁମାର ଡାକୁଆ ଯୋଗ ଦେଇ ଜଙ୍ଗଲ ମଧ୍ୟରୁ ମହୁ,ଲାଖ, ଝୁଣା, ଓ ଖଲିପତ୍ରପ ପ୍ରଭୃତି ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ପରିବାର ପ୍ରତିପୋଷଣ କରିବା ସହ ଜଙ୍ଗଲର ସୁରକ୍ଷା କରିବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଉତ୍ତର ବନଖଣ୍ଡ ରେଞ୍ଜର ପ୍ରଶାନ୍ତ କୁମାର ସାହୁ ଯୋଗ ଦେଇ ମଣିଷ ଓ ଗଛ ଭିତରେ ଥିବା ସମ୍ପର୍କ ବିଷୟରେ ଆଲୋକପାତ କରିଥିଲେ । ଆଗାମୀ ଦିନରେ ଜାପାନରୁ ଜାଇକା ପ୍ରତିନିଧିମାନେ ଆସି ବିଭିନ୍ନ ଭି.ଏସ୍.ଏସ୍ ସହ ଆଲୋଚନା କରିବାକୁ ଥିବାରୁ ଆଜିର ଏହି ବୈଠକକୁ ଗୁରତ୍ୱ ଦିଆଯାଇଥିଲା । ଆଜିର ଏହି ସଭାରେ ସମସ୍ତ ଗ୍ରାମବାସୀଙ୍କ ସହ ଭି.ଏସ.ଏସ୍ ସଭାପତି ରମେଶ ବେହେରା, କୋଷାଧ୍ୟକ୍ଷ ମୋଚିରାମ ବେହେରା, ଆଶାଦିଦି,ଅଙ୍ଗନବାଡି ଦିଦି ଓ ଭି.ଏସ୍.ଏସ୍ ସଦସ୍ୟ ମାନେ ଉପସ୍ଥିତ ଥିଲେ । ଶେଷରେ ପ୍ରଦିପ ଭୁୟାଁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।


