ଡୁମାକୁମ୍ପା କ୍ଳଷ୍ଟରରେ ସୁରଭି ୨୦୧୯ କାର୍ଯ୍ୟକ୍ରମ

ଭଞ୍ଜନଗର, (ଯୁଗାବ୍ଦ ନ୍ୟୁଜ) : ଶିଶୁ ମାନଙ୍କର ଅନ୍ତର୍ନିହତ ଗୁଣାବଳୀ ଗୁଡିକର ବିକାଶ ପାଇଁ ସରକାରୀ ବିଦ୍ୟାଳୟ ଗୁଡିକରେ ଅନୁଷ୍ଠିତ ହେଉଥିବା ବିଭନ୍ନ ପ୍ରତିଯୋଗତା ଓ କାର‌୍ୟ୍ୟକ୍ରମ ଗୁଡିକ ମଧ୍ୟରେ ସୁରଭି ଅନ୍ୟତମ ହୋଇଯାଇଛି । ଚଳିତ ୨୦୧୯ ମସହା ନିମିତ୍ତ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଡୁମାକୁମ୍ପା କ୍ଳଷ୍ଟର ର ସମସ୍ତ ବିଦ୍ୟାଳୟରୁ ଆସିଥିବା ଶତାଧିକ ଛାତ୍ର ଛାତ୍ରି ମାନଙ୍କୁ ନେଇ ସାର୍ଦ୍ଦୁଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ସ୍ଥିତ କ୍ଳଷ୍ଟର କେନ୍ଦ୍ର ଠାରେ ସି.ଆର୍.ସ.ସି ଶ୍ରୀ ତ୍ରିନାଥ ବେହେରାଙ୍କ ତତ୍ତ୍ବାବଧାନରେ ସୁରଭି ୨୦୧୯ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିରୂପେ ବରିଷ୍ଠ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ସାହିତ୍ୟିକ ଶ୍ରୀ ପଦ୍ମନାଭ ପ୍ରଧାନ,ସମ୍ମାନିତ ଅତିଥି କୂପେ ବଡକୋଦଣ୍ଡା ସି.ଆର୍.ସି.ସି ଶ୍ରୀ ମୋହନ ସାହୁ ଯୋଗ ଦେଇ ବିଭିନ୍ନ ପ୍ରତିଯୋଗିତା ଯଥା ବତ୍କୃତା,ବିତର୍କ,ପ୍ରବନ୍ଧ ଲିଖନ,ସୃଜନଶୀଳ ଲିଖନ,ଶ୍ରୁତ ଲିଖନ ,କୁଇଜ,ଚିତ୍ର,ସଙ୍ଗୀତ,ନୃତ୍ୟ,ଦଳଗତ ସାଂସ୍କୃତିକ କାର‌୍ୟ୍ୟକ୍ରମ ଗୁଡିକର ମୂଲ୍ୟାୟନ କରି କୃତୀ ଛାତ୍ର ଛାତ୍ରୀ ଚୟନ କରିଥିଲେ । ଅନ୍ୟତମ ବିଚାରକ ରୂପେ ଶିକ୍ଷକ କାଳି ଚରଣ ନାୟକ,ଶ୍ରୀ ଦାଶରଥି ବିଷୋୟୀ,ଶ୍ରୀ ସୁରେନ୍ଦ୍ର ନାଥ ଗୌଡ,ଶ୍ରୀ ବଂଶୀଧର ଦଣ୍ଡିଆ, ଶ୍ରୀ ପ୍ରସନ୍ନ ପ୍ରଧାନ,ଶ୍ରୀ ରଘୁନାଥ ରାଉତ,ଶ୍ରୀ ଅନଙ୍ଗ ମୋହନ ମହାରଣା, ଭାସ୍କର ପାଣୀ,ଶିକ୍ଷୟିତ୍ରୀ ସୁଶ୍ରୀ ଲିଜାରାଣୀ ଗୌଡ,ସୁଶ୍ରୀ ସୁଚିସ୍ମିତା ପାତ୍ର,ଶ୍ରୀମତୀ ଲିଜାଲିନ୍ ଗୌଡ,ଶ୍ରୀମତୀ ଶୁଭ୍ରମୟୀ ତ୍ରିପାଠୀ ଯୋଗ ଦେଇ କାର‌୍ୟ୍ୟକ୍ରମ ପରିଚାଳନା ଓ ମୂଲ୍ୟାୟନ ରେ ଅଂଶ ଗ୍ରହଣ କରିଥିଲେ । ପୁରସ୍କାର ବିତରଣ ସଭାରେ ସମସ୍ତ କୃତୀ ଛାତ୍ର ଛାତ୍ରି ମାନଙ୍କୁ ପ୍ରତିଭା ପ୍ରମାଣ ପତ୍ର ପ୍ରଦାନ ସହ ପୁରସ୍କୃତ କରାଯାଇଥିଲା । ଏହି ପ୍ରତିଯୋଗୀ ମାନେ ପରବର୍ତ୍ତୀ ସମୟରେ ବ୍ଳକ ସ୍ତରୀୟ ସୁରଭିରେ ଅଂଶ ଗ୍ରହଣ କରିବେ । ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ଶ୍ରୀ ମନମୋହନ ପାଣିଗ୍ରାହି,ଶ୍ରୀ ସୁଶାନ୍ତ ନାୟକ,ବିଶ୍ବଜିତ ସ୍ବାଇଁ,ଅଭିଷେକ ନାୟକ,ଶିବ ନାରାୟଣ ମହାପାତ୍ର,ତ୍ରିନାଥ ପ୍ରଧାନ,ଆଇ.ଭି ଶିକ୍ଷକ କୁନା ବିଷୋୟୀ,ଶିକ୍ଷୟିତ୍ରୀ ସବିତା ବେହେରା,ସସ୍ମିତା ପୃଷ୍ଟି,ରିଙ୍କୁ ପ୍ରଧାନ,ସଞ୍ଜିତା ପ୍ରଧାନ, ରୀତା ରାଣି ଚୌଧୁରୀ ଏହି କାର୍ଯ୍ୟକ୍ରମ ସଂପୂର୍ଣ୍ଣ ସହଯୋଗ କରିଥିଲେ । ଶେଷରେ ପ୍ରଧାନ ଶିକ୍ଷକ ଶ୍ରୀ ଭଞ୍ଜ କିଶୋର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ