ହାଟଡିହି ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କଲେ ବରିଷ୍ଠ ପ୍ରଶାସକ ଗଣେଶ୍ୱର ଜେନା

ହାଟଡ଼ିହି, (ବିକାଶ ବିଶ୍ୱାଳ): ୧୯୮୯ ବ୍ୟାଚର ଓଡିଶା ପ୍ରଶାସନିକ ସେବା ଅଧିକାରୀ ତଥା ଇଡକୋର ମୁଖ୍ୟ ସାଧାରଣ ପ୍ରବନ୍ଧକ ଡ. ଗଣେଶ୍ୱର ଜେନା କେନ୍ଦୁଝର ଜିଲ୍ଲାର ହାଟଡିହି ଉଚ୍ଚ ବିଦ୍ୟାଳୟକୁ ନିଜର ପୋଷ୍ୟ ବିଦ୍ୟାଳୟ ଭାବରେ ଗ୍ରହଣ କରିଛନ୍ତି । ନିଜର ବିଦ୍ୟାଳୟ ମାନଙ୍କୁ ମୋ ସ୍କୁଲ ଅଭିଯାନ ଅଧିନରେ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ଆହ୍ୱାନ ଦେବାପରେ ଅନେକ ପ୍ରଶାସନିକ ଅଧିକାରୀ ସେମାନଙ୍କ ସ୍କୁଲ ଗୁଡିକୁ ପୋଷ୍ୟ ସ୍କୁଲ ଭାବରେ ଗ୍ରହଣ କରି ତାର ବିକାଶ ପାଇଁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ସେହି କ୍ରମରେ ଡ.ଗଣେଶ୍ୱର ଜେନା ହାଟଡିହିସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିବାକୁ ବିଦ୍ୟାଳୟ ଗଣଶିକ୍ଷା ବିଭାଗକୁ ପ୍ରସ୍ତାବ ଦେଇଥିଲେ ଓ ତାହା ଅନୁମୋଦିତ ହୋଇଛି ବୋଲି ଓସେପା ପ୍ରକଳ୍ପ ନିର୍ଦ୍ଦେଶକ ତଥା ମୋ ସ୍କୁଲର ସଦସ୍ୟ ସଚିବ ଚିଠିନଂ ୨୬୨୭ ଏମଏସଏ / ୨୦୨୧ରେ ଡ.ଜେନାଙ୍କୁ ଜଣାଇଛନ୍ତି । ଡ. ଗଣେଶ୍ୱର ଜେନା ହାଟଡିହି ଉଚ୍ଚ ବିଦ୍ୟାଳୟରୁ ୧୯୮୩ମସିହାରେ ମାଟ୍ରିକ ପରୀକ୍ଷରେ ସର୍ବୋଚ୍ଚ ନମ୍ବର ରଖି ଉତ୍ତିର୍ଣ୍ଣ ହୋଇଥିଲେ । ଗଣିତରେ ମଧ୍ୟ ସର୍ବୋଚ୍ଚ ନମ୍ବର ରଖିଥିଲେ । ନିଜ ପିତା ମାତା ସ୍ୱର୍ଗତ ଦୈତାରୀ ଜେନା ଓ ରଙ୍ଗବତୀ ଜେନା ସ୍ମୃତି ପୁରସ୍କାର ପ୍ରଚଳନ କରିବା ପାଇଁ ଡ. ଜେନା ଘୋଷଣା କରିଛନ୍ତି । ମାଟ୍ରିକ ପରୀକ୍ଷାରେ ହାଟଡିହି ଉଚ୍ଚ ବିଦ୍ୟାଳୟରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ଦୈତାରୀ ଜେନା ସ୍ମୃତି ପୁରସ୍କାର ଓ ଗଣିତରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ରଙ୍ଗବତୀ ଜେନା ସ୍ମୃତି ପୁରସ୍କାର ପ୍ରଦାନ କରାଯିବ । ସେମାନଙ୍କୁ ମାନପତ୍ର, ଉପଢ଼ୌକନ ଓ ଆଥିକ ପ୍ରୋତ୍ସାହନ ପ୍ରଦାନ କରିବାକୁ ଶ୍ରୀ ଜେନା ଘୋଷଣା କରିଛନ୍ତି । ଆଗାମି ଦିନରେ ସମସ୍ତ ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ବିଦ୍ୟାଳୟର ସାମଗ୍ରୀକ ବିକାଶ କରିବା ଦିଗରେ ସେ ପ୍ରାଧାନ୍ୟ ଦେବେ ବୋଲି ଘୋଷଣା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ