ଗଜପତି ସାମ୍ବାଦିକ ଆକ୍ରମଣ ମାମଲାରେ ୪ ଚୋରା ମଦ ବେପାରୀ ଗରିଫ
ପାରଳାଖେମୁଣ୍ଡି (ତାରିଣୀପ୍ରସାଦ ପଣ୍ଡା) -ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅନ୍ତର୍ଗତ ଚନ୍ଦ୍ରଗିରିଠାରେ ସାମ୍ବାଦିକ ଶ୍ରୀହରି ପ୍ରଧାନଙ୍କୁ ସଂଘବନ୍ଧ ଭାବେ ଆକ୍ରମଣ କରିବା ଘଟରେ ପୋଲିସ ୪ଜଣଙ୍କୁ ଗିରଫ କରିଛି । ମୋହନା ଥାନା ପରିସରେ ଏକ ସାମ୍ବାଦିକ ସମ୍ମିଳନୀରେ ଗଜପତି ଅତିରିକ୍ତ ଏସପି ସୀତାରାମ ଶତପଥି ଆକ୍ରମଣ ସମ୍ପର୍କରେ ସୂଚନା ଦେଥିଲେ । ସାମ୍ବାଦିକ ପ୍ରଧାନ ତାଙ୍କର ଜଣେ ବନ୍ଧୁ ବିଶ୍ୱମାନାଥ ଭୂୟାଁଙ୍କ ସହିତି ବେଆଇନ ଭାବେ ରାଜସ୍ୱ ନିରକ୍ଷଙ୍କ କାର୍ଯ୍ୟାଳୟ ପାଶ୍ୱର୍ରେ ଦେଶୀମଦ ବିକ୍ରି ହେଉଥିବାର ଖବର ପାଇ ସକାଳେ ସେହି ସ୍ଥାନକୁ ଖବର ସଂଗ୍ରହ ପାଇଁ ଯାଇଥିଲେ । ସେହି ସମୟରେ ଉକ୍ତ ଗ୍ରାମର ମଦ ବିକ୍ରୋତା ଜିତେନ୍ଦ୍ର ମହାଙ୍କୁଡ ଓ ପ୍ରଶାନ୍ତ ପ୍ରଧାନ ତାଙ୍କୁ ଧମକ ଦେବା ସହ ଦୁର୍ବ୍ୟହାର କରିଥିଲେ । ସେଠାରୁ ସେ ନିଜ ଘରକୁ ଫେରିଆସିଥିଲେ । ପୁଣି ସନ୍ଧ୍ୟାରେ ପ୍ରଧାନ ତାଙ୍କର ଏକ ବନ୍ଧୁ ଘରକୁ ଯାଇ ରାତ୍ର ୧୦ଘଣ୍ଟା ସମୟରେ ଫେରୁଥିବା ସମୟରେ ବାଟରେ ମଦ ବ୍ୟବସାୟ କୋରା ମହାଙ୍କୁଡ, ଅରୁଣ ମହାଙ୍କୁଡ, ବରୁଣ ମହାଙ୍କୁଡ ଆକ୍ରମଣ କରିଥିଲେ । ଏହି ସମୟରେ ଜିତେନ୍ଦ୍ର ମହାଙ୍କୁଡ ଓ ପ୍ରଶାନ୍ତ ପ୍ରଧାନ ମଧ୍ୟ ତାଙ୍କୁ ମାଡ ମାରିଥିଲେ । କିଛି ବନ୍ଧୁଙ୍କ ସହାୟତାରେ ପ୍ରଧାନଙ୍କୁ ଚନ୍ଦ୍ରଗିରି ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଗୁରୁତ୍ୱର ହେରାରୁ ବ୍ରହ୍ମପୁରବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ମୋହନା ଥାନାଅଧିକାରୀ ସୁଜିତ କୁମାର ନାୟକ ଘଟଣାର ତଦନ୍ତ କରି କୋରା ମହାଙ୍କୁଡ, ପ୍ରଶାନ୍ତ ପ୍ରଧାନଙ୍କୁ ଚନ୍ଦ୍ରଗିରିରୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ମୋହନା ଥାନା କେସ୍ ନଂ ୧୮୪/୧୯ରେ ଏକ ମାମଲା ରୁଜୁ କରାଯାଇ ବାଉଁଶ ଓ କାଠବଲା ଓ ଏକ ମେବାଇଲ ଜବତ କରାଯାଇଛି ।