ଚଳିତ ବର୍ଷ ଶେଷ ସୁଦ୍ଧା ଜୟପୁରରୁ ଉଡିବ ବିମାନ
ଜୟପୁର,(ଓ୍ବାଇଏନ୍ଏସ୍): ଚଳିତ ବର୍ଷ ଶେଷ ସୁଦ୍ଧା ଜୟପୁର ରୁ ବିମାନ ଉଡିବ ନେଇ ସୁଚନା ଦେଇଛନ୍ତି ପ୍ରିନସପାଲ ସେକ୍ରେଟାରି ମଧୁ ସୁଦନ ପାଢୀ । ଜୟପୁର ଏୟାରଷ୍ଟ୍ରିପ ରେ ପହଞ୍ଚିଛନ୍ତି ୩ଜଣିଆ ଟିମ । ଟିମରେ ପ୍ରିନସପାଲ ସେକ୍ରେଟାରି ମଧୁ ସୁଦନ ପାଢୀ ଙ୍କ ନେତୃତ୍ୱରେ ଆସିଥିବା ଟିମରେ ପୁତ୍ତ ବିଭାଗ ମୁଖ୍ୟ ଯନ୍ତ୍ରୀ ମନୋରଞ୍ଜନ ମିଶ୍ର,ଏୟାର ଟ୍ରାଫିକ ଏଜିମ ସରୋଜ କୁମାର ସାହୁ । ଏକ ସ୍ୱତନ୍ତ୍ର ବିମାନ ଯୋଗେ ଜୟପୁର ଏୟାରଷ୍ଟ୍ରିପ ରେ ପହଞ୍ଚିଥିଲେ । ଏହି ଟିମ ଉଡାନ ଯୋଜାନର ସମିକ୍ଷା କରିଛନ୍ତି । ସମିକ୍ଷାରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଉପସ୍ଥିତ ଥିଲେ । ଏୟାରଷ୍ଟ୍ରିପ ରେ ଉଡାନ ଯୋଜନ ର ବିକାଶ ମୁଳକ କାଯ୍ୟ ତଦାରଖ କରିଛନ୍ତି । ଭିତ୍ତି ଭୁମିର ଆବଷ୍ୟକତା ଯାହା ରହିଛି ତାହା ମଧ୍ୟ ଶିଘ୍ର କରାଯିବ । ଉଡାନ ପାଇଁ ସମସ୍ତ ଭିତ୍ତି ଭୁମି ରହିଥିବା ଅ୍ରନୁଭବ କରିଛନ୍ତଏହି ସ୍ୱତନ୍ତ୍ର ଟିମ । ଉଡାନ ଯୋଜନାରେ ମାଚ୍ଚ ମାସରେ ଲାଇସେନ୍ସ ପାଇଁ ଆବେଦନ କରାଯିବା ସହ ଚଳିତ ବର୍ଷ ଶେଷ ସୁଦ୍ଧା ଜୟପୁର ଏୟାରଷ୍ଟ୍ରିପ ରେ ବ୍ୟବସାୟିକ ଉଡାନ ଉଡିବା ନେଇ ସୁଚନା ଦିଆଯାଇଛି । ପ୍ରଥମେ ୧୯ ସିଟେଡ ବିଷିଷ୍ଟ ଉଡାନ ଉଡିବା ନେଇ ସୁଚନା ଦିଆଯାଇଛି । ଆସନ୍ତା ମାଚ୍ଚ ମାସରେ ୨ ସି ପାଇଁ ଲାଇସେନ୍ସ ଆବଦେନ ହେବାକୁ ଥିବା ବେଳେ ପରବତ୍ତି ସମୟରେ ୩ସିରେ ପରିବତ୍ତିତ ହେବ ବୋଲି ବିଧାୟକ ବାହିନିପତି ସୁଚନା ଦେଇଥିବା ବେଳେ ସେ ପଟେ ଟ୍ରାନସପୋର୍ଟ ସେକ୍ରାଟେରି ଙ୍କ ନିଦ୍ଦେଷ ମୁତାବକ ଉଚିତ ସମୟ ମଧ୍ୟରେ ସମସ୍ତ କାଯ୍ୟ ଶେଷ ପାଇଁ ପ୍ରଶାସନ ଦୃଷ୍ଟି ଦେବ ବୋଲି କହିଛନ୍ତି କୋରାପୁଟ ଜିଲାପାଳ ଆବଦୁଲ ଆଖତର । ବତ୍ତମାନ ୨ ସି ପାଇଁ ସମସ୍ତ ଭିତ୍ତି ଭୁମି ରହିଥିବା ବେଳେ ୩ ସି ପାଇଁ ଜମି ଆବଷ୍ୟକତା ରହିଛି । ଏୟାରଷ୍ଟ୍ରିପ ର ଦକ୍ଷିଣ ପଟେ କେନାଲ ରହିଛି । ଯଦି ଉତ୍ତର ପଟେ ଜମି ଅଧିଗ୍ରହଣ କରିଯିବ ତାହା ହେଲ ଆଦିବାସୀ ଜମି ରହିଛି । ତେଣୁ ଅଧିଗ୍ରହଣ ବିଳମ୍ବ ହେବ ତେଣୁ ସରକାର ଏନେଇ ନିଷ୍ପତ୍ତି ନେବେ ବୋଲି ଜଣାଯାଇଛି । ଜମି ଅଧିଗ୍ରହଣ ଦକ୍ଷିଣ ପଟେ ଶେଷ ହୋଇଥିବା ବେଳେ ଉତ୍ତର ପଟେ ଆବଷ୍ୟକତା ରହିଥିବା ଜଣାଯାଇଛି । ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ,ଜିଲାପାଳ ଅବଦ୍ଦୁଲ ଅଖତାର , ଜୟପୁର ଉପ ଜିଲାପାଳ ହେମକାନ୍ତ ସାୟ , ପୁର୍ତ ବିଭାଗ ନିବାହୀଯନ୍ତ୍ରୀ ଭାଷ୍କର ସମାନ୍ତରାୟ ଉପସ୍ଥିତ ଥିଲେ ।


