ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ କୋର୍ଟ ଚାଲାଣ
ପାରାଦୀପ ,(ପୀତବାସ ପ୍ରଧାନ): ପାରାଦୀପ ଅଦର୍ଶ ଥାନା ଅଧିନସ୍ଥ ନୂଆବଜାର ଅଂଚଳରେ ଜୈନିକା ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ୍ ଅଭିଯୁକ୍ତକୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଥିବା ଜଣାପଡିଛି । ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ପାରାଦୀପ ନୂଆବଜାର ଅଂଚଳରେ ରହୁଥିବା ପ୍ରଶାନ୍ତ ଭୂୟାଁ ଜୈନିକା ନାବାଳିକାକୁ ଦୁଷ୍କର୍ମ କରିବା ନେଇ ପାରାଦୀପ ଅଦର୍ଶ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇବା ପରେ ଅଭିଯୁକ୍ତ ପ୍ରଶାନ୍ତକୁ ଥାନାକୁ ଆଣି ପଚରାଉଚରା କରିବା ସହ ଶୁକ୍ରବାର କୋର୍ଟ ଚାଲାଣ କରିଥିବା ଏବଂ ଥାନାରେ ୨୭/୨୦୨୧ ନମ୍ବରରେ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ରଜନୀ କାନ୍ତ ସାମଲଙ୍କ ଠାରୁ ପ୍ରକାଶ ।


