ତିନି ପାଞ୍ଚାୟତ ପାଇଁ କର୍ମ ନିଯୁକ୍ତି କାର୍ଯ୍ୟକ୍ରମ।

ପୋଲସରା ,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ଢୁଙ୍କାପଡା ଗ୍ରାମପଞ୍ଚାୟତ କାର୍ଯ୍ୟଳୟ ପରିସରରେ କେନ୍ଦୁବାଡି, ଢୁଙ୍କାପଡା, କଣଛାଇ ତିନୋଟି ପଞ୍ଚାୟତ କୁ ନେଇ କର୍ମ ନିଯୁକ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ପୋଲସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦୀ, ବ୍ଲକ ଉପାଧ୍ୟକ୍ଷା ସଂଯୁକ୍ତା ବାଡ଼ତ୍ୟା, ବିପିଏମ୍ ସଞ୍ଜୁ ସାହୁ, ଜିପିଓ ଗୋପବନ୍ଧୁ ବେହେରା, ଢୁଙ୍କାପଡା ସରପଞ୍ଚ ପ୍ରତିନିଧି ବସନ୍ତ ଜେନା, କଣଛାଇ ସରପଞ୍ଚ ପାଣ ନାହକ, ଗ୍ରାମସେବକ ମାଧବ ଜେନା ଓ ଦେବରାଜ ମହାନ୍ତି, ଅଙ୍ଗନବାଡି ସୁପ୍ରଭାଇଜର ସଂଘମିତ୍ରା ମିଶ୍ର ପ୍ରମୁଖ ଯୋଗଦେଇଥିଲେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା ଦ୍ବାରା ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଥିବା ଗରିବ ବେରୋଜଗାର ଯୁବକ ଯୁବତୀ ମାନଙ୍କ ପାଇଁ କର୍ମ ନିଯୁକ୍ତି ଓ ମାଗଣାରେ ତାଲିମ ପ୍ରଦାନ କରାଯିବା ନେଇ ଉପସ୍ଥିତ ଥିବା ଯୁବକ ଯୁବତୀ ମାନଙ୍କୁ ବୁଝା ଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଆସିଥିବା କମ୍ପାନୀ ଜେ.ଆର.ଜି. ଏଜୁକେସନାଲ ଟ୍ରଷ୍ଟ, ସାହି ଏକ୍ସପୋର୍ଟସ ପ୍ରାଇଭେଟ ଲିମିଟେଡ଼, ଓ ସୀଙ୍କରସର୍ଭ ଗ୍ଲୋବାଲ ସେଲ୍ୟୁସନ ପ୍ରାଇଭେଟ ଲିମିଟେଡ଼ ର କର୍ମଚାରୀ ମାନେ ସଂସ୍ଥା ବିଷୟରେ ସମସ୍ତ ଯୁବକ ଯୁବତୀ ମାନଙ୍କୁ ଅବଗତ କରାଇଥିଲେ। ତିନିଗୋଟି ସଂସ୍ଥା ରେ ରୋଜଗାର ପାଇବା ପାଇଁ ୯୩ ଜଣ ଯୁବକ ଯୁବତୀ ନିଜର ନାମ ପଞ୍ଜିକରଣ କରିଥିଲେ। ଏଥିରେ ଗ୍ରାମ ରୋଜଗାର ସେବକ, ଅଙ୍ଗନବାଡି ଓ ପାଞ୍ଚାୟତ ପ୍ରତିନିଧି ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ