ସୁରକ୍ଷା ନିର୍ଦ୍ଦେଶକଙ୍କ ଧନେଇ ଜଳ ଭଣ୍ଡାର ପରିଦର୍ଶନ।

ପୋଲସରା ,(ଅନିଲ କୁମାର ମହାରଣା): ରାଜ୍ୟ ଜଳ ଭଣ୍ଡାର ସୁରକ୍ଷା ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରଥ ୧୨ ତାରିଖ ଦିନ ପୋଲସରା ଠାରୁ ପ୍ରାୟ ପନ୍ଦର କିଲୋମିଟର ଦୂରରେ ଅବସ୍ଥିତ ଧନେଇ ଜଳ ଭଣ୍ଡାର ପରିଦର୍ଶନ କରିଛନ୍ତି। ଏହି ପରିଦର୍ଶନ ସମୟରେ ଉପ ସୁରକ୍ଷା ନିର୍ଦ୍ଦେଶକ କୃଷ୍ଣ ବଲ୍ଲଭ ମିଶ୍ର , ସହକାରୀ ସୁରକ୍ଷା ନିର୍ଦ୍ଦେଶକ ବିଶ୍ୱଜିତ ବେହେରା , ଜଳ ସମ୍ପଦ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ବିଭୁଦତ୍ତ ପଣ୍ଡା , ନିର୍ବାହୀ ଯନ୍ତ୍ରୀ ଜୟଦୀପ ପଣ୍ଡା , ସହକାରୀ ନିର୍ବାହୀ ଯନ୍ତ୍ରୀ ବିଷ୍ଣୁ ଚରଣ ସାହୁ ଏବଂ କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ନିର୍ଦ୍ଦେଶକଙ୍କ ଏହା ରୁଟିନ୍ ପରିଦର୍ଶନ ବୋଲି ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି। ଅଧିକ ଜମି କୁ ଜଳସେଚନ ସକାଶେ ଧନେଇ ଜଳଭଣ୍ଡାର ର ସମ୍ପ୍ରସାରଣ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନେ ଶ୍ରୀ ରଥଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଷାଠିଏ ବର୍ଷର ଏହି ପୁରାତନ ଜଳଭଣ୍ଡାର ପଥର ବନ୍ଧ ହୋଇଥିବାରୁ8 ଏହାକୁ ସମ୍ପ୍ରସାରଣ କରାଗଲେ ଜଳଭଣ୍ଡାର ପ୍ରତି ବିପଦ ରହିବ ବୋଲି କହିଥିଲେ। ଏଣୁ ଧନେଇ ଜଳଭଣ୍ଡାର ସମ୍ପ୍ରସାରଣ ଆଉ ସମ୍ଭବ ନୁହେଁ ବୋଲି କହିଥିଲେ। ଧନେଇ ଜଳଭଣ୍ଡାର ପରିଦର୍ଶନ କରି ସୁରକ୍ଷା ଅଧିକାରୀ ବୃନ୍ଦ ସନ୍ତୋଷ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ