କେନ୍ଦୁଆ ଗ୍ରାମରେ ସାନ୍ତାଳୀ ନବ ବର୍ଷ ମାଘମୁଲୁଃ ପାଳିତ।
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ବହଳଦା ବ୍ଲକ ଅନ୍ତର୍ଗତ ବଡପଳସା ଗ୍ରାମପଞ୍ଚାୟତ କେନ୍ଦୁଆ ଗ୍ରାମରେ ଆଦିବାସୀ ମାନଙ୍କ ନବବର୍ଷ ମାଘ ମୁଲୁଃ ମାରାଂବୁରୁ ସେମଲେଦ୍ କେନ୍ଦୁଆ ପକ୍ଷରୁ ପାଳିତ ହୋଇ ଯାଇଛି | କେନ୍ଦୁଆ ଗ୍ରାମ ଖେଳ ପଡିଆ ଠାରେ ସାନ୍ତାଳୀ ନବବର୍ଷ ପାଳିତ ହୋଇ ଯାଇଥିବାବେଳେ ଏଥିରେ ଗ୍ରାମର ପୁରୁଷ ମାନେ ରୋଷେଇ କରି ମହିଳା ମାନଙ୍କୁ ଖାଇବାକୁ ପରଷି ନିଆରା ଢଙ୍ଗରେ ନୂତନ ବର୍ଷ ପାଳନ କରିଛନ୍ତି।ଏହାପରେ ଅନୁଷ୍ଠିତ ହୋଇଥିବା ସାଧାରଣ ସଭାରେ ସମସ୍ତେ ଏକାଠି ବସି ବିଭିନ୍ନ ବିଷୟରେ ଆଲୋଚନା କରି ଲୋକଙ୍କୁ ସଚେତନ କରିଥିଲେ।ସଭାରେ ମୂଖ୍ୟ ଅତିଥୀ ଭାବେ ଯୋଗ ଦେଇଥିବା ପାଳସା ପିଳ୍ ପାରଗାନା ଭାଗୀରଥି ହାଁସଦାଃ,ମୂଖ୍ୟବକ୍ତା ତାରଣା ମାଝୀବାବା ରାମଚନ୍ଦ୍ର ହେମ୍ବ୍ରମ,ପରିବେଶ ବିଦ୍ ରାମଦାସ ମୁର୍ମୁ ପ୍ରମୁଖ ଉପସ୍ଥିତ ସାଧାରଣଙ୍କୁ ନିଜ ନିଜ ବକ୍ତବ୍ୟରେ ଆଦିବାସୀ ସାମାଜରେ ବର୍ତ୍ତମାନ ରହିଥିବା ବିଭିନ୍ନ ସମସ୍ୟା ତଥା ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।ମୁଖ୍ୟତଃ ଆସନ୍ତା ଜନଗଣନାରେ ଆଦିବାସୀ ମାନଙ୍କ ପାଇଁ ସ୍ବତନ୍ତ୍ର ସାର୍ନା ଧର୍ମକୋଡ ପ୍ରଦାନ କରା ନଗଲେ ସମଗ୍ର ଆଦିବାସୀ ସମାଜ ପକ୍ଷରୁ ଜନଗଣନାରେ ଅସହଯୋଗ କରାଯିବ ବୋଲି ଶପଥ ନେଇଥିଲେ ଏବଂ ପ୍ରତ୍ୟକ ଗ୍ରାମରେ ପେସା ଗ୍ରାମସଭା ଗଠନ କରାଯାଇ ସଂଗଠିତ ହେବା,ନିଜ ମାତୃଭାଷା କୁ ଭଲ ଫାଇବା ସହ ପ୍ରତ୍ୟକ ଗ୍ରାମରେ ଅଲ୍ ଇତୁନ ଆଶ୍ରା(ସାନ୍ତାଳୀ ଭାଷା ଶିକ୍ଷାକେନ୍ଦ୍ର) ଖୋଲାଯିବା ନେଇ ସମସ୍ତଙ୍କୁ ଆଗଭର ହେବାକୁ କହିଥିଲେ।ପରେ ପାରମ୍ପାରିକ ବାଦ୍ୟରେ ଆନନ୍ଦ ଉଲ୍ଲାସର ସହିତ ନାଚଗୀତ କରି ସମସ୍ତେ ନବବର୍ଷର ଆନନ୍ଦ ନେଇଥିଲେ।ସମ୍ମାନୀୟ ଅତଥି ଭାବେ ତାରଣା ପୋଷ୍ଟ ମାଷ୍ଟର,ଗିଦିଘାଟି ମାଝୀବାବା ଭଜରାୟ ହାଁସଦାଃ,ଖେଳ ଶିକ୍ଷକ ପ୍ରଭାକର ହେମ୍ବ୍ରମ,ସାମ୍ବଦିକ ଦିନେଶ ଚନ୍ଦ୍ର ମହାନ୍ତ,ସାମ୍ବାଦିକ ତଥା ପେସା ଗ୍ରାମସଭା ବହଳଦା ବ୍ଲକ ସଂଯୋଜକ ବସନ୍ତ ସାଣ୍ଡିଲ ପ୍ରମୁଖ ଯୋଗ ଧେଇଥିଲେ।ଏହି କାର୍ଯ୍ୟକ୍ରମ ମାରାଂବୁରୁ ସେମଲେଦ୍ ର ସଦସ୍ୟ ଇଶ୍ବର ବାସ୍କେ,ଗ୍ରାମ ମାଝୀବାବା ବଳଭଦ୍ର ଟୁଡୁ,ଗ୍ରାମ ନାଏକେ ମେଘ୍ରାୟ ବାସ୍କେ ତଥା ପୂର୍ବତନ ସରପଞ୍ଚ ଗୋପିନାଥ ହାଁସଦାଃ’ଙ୍କ ଦ୍ବାରା ପରିଚାଳିତ ହୋଇଥିଲାବେଳେ ଏଥିରେ ସଂଗଠନନର ସମସ୍ତ ସଦସ୍ୟ ଏବଂ ଗ୍ରାମବାସୀ ସହଯୋଗ କରିଥିଲେ।