ଆମେରିକା ସ୍ୱପ୍ନ ଧୂଳିସାତ୍

ନୂଆଦିଲ୍ଲୀ: ଆମେରିକାରେ ଭଲ ଜୀବନ ବଞ୍ଚିବା ଆଶାରେ ମେକ୍ସିକୋକୁ ବେଆଇନ ପ୍ରବେଶ କରିଥିବା ୩୦୦ରୁ ଅଧିକ ଭାରତୀୟଙ୍କୁ ମେକ୍ସିକୋ ଆପ୍ରବାସନ କର୍ତ୍ତୃପକ୍ଷ ଭାରତକୁ ପ୍ରତ୍ୟର୍ପଣ କରିଛନ୍ତି । ଆମେରିକାରେ ସେମାନଙ୍କର ଚାକିରି ଆଶା ଧୂଳିସାତ୍ ହୋଇଯାଇଛି । ମେକ୍ସିକୋରେ ବେଆଇନ ପ୍ରବେଶ କରିଥିବା ୩୧୧ ଭାରତୀୟ  ଏକ ସ୍ୱତନ୍ତ୍ର ବିମାନରେ ଆସି ଦିଲ୍ଲୀ ପହଞ୍ଚିଛନ୍ତି ଏବଂ ସେମାନଙ୍କ ସହ ୭୪ ମେକ୍ସିକୋ ଅଧିକାରୀ ମଧ୍ୟ ରହିଛନ୍ତି । ମେକ୍ସିକୋର ଆଇଏନ୍ଏମ୍ (ନ୍ୟାସନାଲ ମାଇଗ୍ରେସନ୍ ଇନଷ୍ଟିଚ୍ୟୁଟ୍) ଦ୍ୱାରା ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ଯେଉଁ ଭାରତୀୟ ନାଗରିକମାନେ ମେକ୍ସିକୋରେ ବେଆଇନ ଭାବେ ରହିଛନ୍ତି ସେମାନଙ୍କୁ ଭାରତ ପ୍ରତ୍ୟର୍ପଣ କରାଯିବ । ଗତ ଜୁନ୍ ମାସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମେକ୍ସିକୋକୁ ଚେତାବନୀ ଦେଇ କହିଥିଲେ ଯେ ଯଦି ମେକ୍ସିକୋ ସୀମା ଦେଇ ଆମେରିକାକୁ ବେଆଇନ ପ୍ରବେଶ ଦିଗରେ ଏହା କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ ତେବେ ମେକ୍ସିକୋ ବିରୋଧରେ କଠୋର ଟିକସ ବ୍ୟବସ୍ଥା ଗ୍ରହଣ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ