୧୮୮୫ ମସିହାର ପୁରାତନ ପାରଳା ପୌର ପରିଷଦର ଉନ୍ନତିକରଣ ପାଇଁ ବରିଷ୍ଠ ନାଗରିକଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ପତ୍ର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ୧୮୮୫ ମସିହାର ପୁରାତନ ପାରଳାଖେମୁଣ୍ଡି ପୌରପରିଷଦର ବିଭିନ୍ନ ସମସ୍ୟା, ଉନ୍ନତିକରଣ ପାଇଁ ବରିଷ୍ଠ ନାଗରିକଙ୍କ ପକ୍ଷରୁ ଏକ ଅନୁରୋଧ ପତ୍ର ଗଜପତି ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଏହି ପତ୍ରରେ ବରିଷ୍ଠ ନାଗରିକ ସଚ୍ଚିଦାନନ୍ଦ ସାମଲ ପ୍ରଦାନ କରିଛନ୍ତି । ସହରରେ ସ୍ଥାପିତ ଅବସରପ୍ରାପ୍ତ କର୍ମଚାରୀ ସଂଘ ଓ ବରିଷ୍ଠ ନାଗରିକ ସଂଘର ଏହି ସଭ୍ୟ ଜଣକ ଜିଲ୍ଲାପାଳଙ୍କୁ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ନିବେଦନ ଜଣାଇଛନ୍ତି । ପାରଳାଖେମୁଣ୍ଡି ପୌରପରିଷଦ ଏକ ପୁରାତନ ପୌରପରିଷଦ ହୋଇଥିବା ବେଳେ ଏହା ୧୮୮୫ ମସିହାରେ ତତ୍କାଳୀନ ଇଂରେଜ ସରକାରଙ୍କ ସମୟରେ ଗଠନ କରାଯାଇଥିଲା । ମାତ୍ର ସେତେ ବେଳର ଲୋକ ସଂଖ୍ୟାକୁ ଆକଳନ କରି ଏଠାରେ ଏକ ଦୈନିକ ବଜାର ସ୍ଥାପନ କରାଯାଇଥିଲା । ବର୍ତ୍ତମାନର ଜନସଂଖ୍ୟା ତୁଳନାରେ ତାକୁ ସଂପ୍ରସାରଣ କରିବା କଥା କିନ୍ତୁ ତାହା କରାଯାଇ ନାହିଁ । ଏହାର ସମାଧାନ ପାଇଁ ପୌରପରିଷଦ ଅଧିନସ୍ଥ ପାରଳା ସାହି ନିକଟରେ ଯେଉଁ ସାପ୍ତାହୀକ ଶନିବାର ହାଟ ବସୁଥିଲା ସେଠାରେ କିଛି ଦୋକାନ ଗୃହ ଏବଂ ପିଣ୍ଡି ତିଆରି କରାଯାଇଛି । ମାତ୍ର ତାହା କାହାର ସ୍ୱାର୍ଥରେ ନିର୍ମାଣ ହୋଇଛି ଜଣାପଡୁ ନାହିଁ । ତତ୍କାଳୀନ ନଗର ଉନ୍ନୟନ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ୨୦୦୨ ମସିହାରେ ଫରେଷ୍ଟ ଗେଟ ଠାରୁ ରାଣୀପେଣ୍ଠ ଗ୍ରାମ ପର୍ଯ୍ୟନ୍ତ ପାରଳା ପୌରପରିଷଦ ଦୈନିକ ବଜାର ଦେଇ ଯାଇଥିବା ମୁଖ୍ୟ ରାସ୍ତା ଯାହାର ଅଟକଳ ମୂଲ୍ୟ ୧୦କୋଟି ତାହାକୁ ଆଜିକୁ ଦୀର୍ଘ ୧୯ବର୍ଷ ହେବ ତାହା କାର୍ଯ୍ୟକାରୀ ନହେବା କାରଣ ବିଷୟରେ ଏହି ନିବେଦନ ପତ୍ରରେ ଉଲ୍ଲେଖ ରହିଛି । ସେହିପରି ପାରଳାଖେମୁଣ୍ଡି ପୌରପରିଷଦ ଅଧିନସ୍ଥ ବିଭିନ୍ନ ସାହି, ଗଳି ତଥା ମୁଖ୍ୟ ରାସ୍ତା ଗୁଡିକରେ ବୁଲା ଗୋରୁ ଗାଇ ଏବଂ ବୁଲା କୁକୁର ମାନଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି । ଯାହା ଦ୍ୱାରା ଆକସ୍ମିକ ଦୁର୍ଘଟଣା ମଧ୍ୟ ଘଟୁଥିବା ଦେଖିବାକୁ ମିଳୁଛି । ପୌର ସଂସ୍ଥା ପକ୍ଷରୁ ଜନ ସାଧାରଣଙ୍କ ରାତ୍ର କାଳୀନ ଚଳ ପ୍ରଚଳ ପାଇଁ ଯେଉଁ ଆଲୋକ ଯୋଗାଇ ଦିଆଯାଇଛି ତାହା ଠିକ ଭାବେ କାର୍ଯ୍ୟକ୍ଷମ ହେଉନାହିଁ । ସେହିପରି ଭାବେ ରାଜଦାଣ୍ଡ ସ୍ଥିତ ବିଭିନ୍ନ ସ୍ଥାନରେ ଫାଷ୍ଟଫୁଡ ଗୁପ୍‌ଚୁପ ଏବଂ ଅନ୍ୟାନ୍ୟ ଦୋକାନ ଗୁଡିକ ସହ ଅଟୋ, କାର ଏବଂ ଟ୍ରକ ଗୁଡିକ ବହୁ ସମୟ ପର୍ଯ୍ୟନ୍ତ ଅଟକି ରହୁଥିବାରୁ ଟ୍ରାଫିକ ଜାମ ଜନିତ ଅସୁବିଧା ସୃଷ୍ଟି ହେଉଛି । ପାରଳା ଜନ ସାଧାରଣଙ୍କ ପକ୍ଷରୁ ଜଣେ ବରିଷ୍ଠ ବୟଜ୍ୟୋଷ୍ଠ ଓ ସୁଚିନ୍ତିତ ସଚେତନ ନାଗରିକଙ୍କ ଏହି ନିବେଦନକୁ ଜିଲ୍ଲା ପ୍ରଶାସନ ଗ୍ରହଣ କରିବା ସହ ଏହାର ତୁରନ୍ତ ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ସେ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ