ସୋରଡା ପୋଲିସ ତରଫରୁ ବରିଷ୍ଠ ନାଗରିକ ପରିଚୟ ପ୍ରଦାନ କାର୍ଯ୍ୟକ୍ରମ

ସୋରଡା,(ରଜନୀ କାନ୍ତ ମହାପାତ୍ର): ସୋରଡା ପୋଲିସ ତରଫରୁ ବରିଷ୍ଠ ନାଗରିକ ପରିଚୟ ପ୍ରଦାନ କାର୍ଯ୍ୟକ୍ରମ ଥାନା ପରିସ ରରେ ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଆଇଆଇସି ରମେଶ କୁମାର ପ୍ରଧାନ ଙ୍କ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ  ଆସିକା ସାଂସଦ ପ୍ରମିଳା ବିଶୋୟି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଏନଏସି ପୂର୍ବତନ ଅଧ୍ୟକ୍ଷା ସଂଘ ମିତ୍ରା ସ୍ଵାଇଁ ,ବରିଷ୍ଠ ନାଗରିକ ଇବ୍ରାହିମ ଖାନ ,ଜନ ବାପଟିଷ୍ଟ ବେହେରା ,ଡାକ୍ତର ଦିଲୀପ କୁମାର ନାୟକ ,ତହସିଲଦାର ରବୀନ୍ଦ୍ର କୁମାର ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ବରିଷ୍ଠ ନାଗରିକମାନେ ସମାଜରେ ସଦା ସର୍ବଦା ନମସ୍ୟ ଅଟନ୍ତି ,ସମସ୍ତେ ସେମାନଙ୍କର ସୁରକ୍ଷା,ଚଳପ୍ରଚଳ ତଥା ଉତମ ସ୍ୱାସ୍ଥ୍ୟ ପାଇଁ ଧ୍ୟାନ ଦେବା ଆବଶ୍ୟକ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । ପୋଲିସ ସେମାନଙ୍କର ଆବଶ୍ୟକତାନୁଯାଇସେବା ଯୋଗାଇଦେବ ବୋଲି ଆଇଆଇସି ଶ୍ରୀ ପ୍ରଧାନ କହିଥିଲେ । ଆମ ପୋଲିସ ସମିତିର ଲକ୍ଷ୍ମୀ ଚରଣ ପଣ୍ଡା ,ବନମାଳୀ ସ୍ଵାଇଁ ,ପ୍ରମୋଦ ପଟ୍ଟନାୟକ ସମେତ ସମସ୍ତ ସଦସ୍ୟ ଓ ଅଞ୍ଚଳର ବରିଷ୍ଠ ନାଗରିକମାନେ ଯୋଗଦେଇଥିଲେ । ଏହି ଅବସରରେ ବରିଷ୍ଠ ନାଗରିକ ପରିଚୟ ପତ୍ର ଥାନା ତରଫରୁ ସାଂସଦ ଶ୍ରୀମତୀ ବିଶୋୟି ବଣ୍ଟନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ