କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ଅଧ୍ୟକ୍ଷଙ୍କୁ “ମହାତ୍ମା ଗାନ୍ଧୀ ଲିଡରସିିପ୍ ସମ୍ମାନ
ଚନ୍ଦ୍ରଶେଖରପୁର : କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲର ଅଧ୍ୟକ୍ଷ ଡ. ମୋନାଲିସା ବଳଙ୍କୁ ଏନ୍ଆର୍ଆଇ “ଲେଫେୟାର୍ ସୋସାଇଟି, ଇଂଲଣ୍ଡ ଚାପ୍ଟର୍ ପକ୍ଷରୁ ସମ୍ମାନଜନକ ମହାତ୍ମା ଗାନ୍ଧୀ ଲିଡରସିିପ୍ ସମ୍ମାନ ପ୍ରଦାନ କରାଯାଇଛି । ଡ. ବଳଙ୍କ ସମେତ ବିଶ୍ୱର ୨୫ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଗତ ୧୧ ତାରିଖରେ ଇଂଲଣ୍ଡ ସଂସଦ ହାଉସ୍ ଅଫ୍ କମନ୍ସରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଡ. ବଳ ଏହି ସମ୍ମାନ ଗ୍ରହଣ କରିଥିଲେ । ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ଏନ୍ଆର୍ଆଇ ୱେଲଫେୟାର ସୋସାଇଟି ପକ୍ଷରୁ କୁହାଯାଇଛି । ସୂଚନା ଥାଉକି ଏହି ସମ୍ମାନ ପୂର୍ବରୁ ମଦର ଟେରେସା ଓ ଆଧ୍ୟାତ୍ମିକ ଗୁରୁ ଗୌରଗୋପାଳ ଦାସଙ୍କୁ ପ୍ରଦାନ କରାଯାଇଥିଲା । ଡ. ବଳଙ୍କ ସଫଳତାରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଖୁସି ବ୍ୟକ୍ତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି । ଉତ୍ତରରେ ଡ. ବଳ କହିଛନ୍ତି, ଡ. ସାମନ୍ତଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ମାନବିକ ମୂଲ୍ୟବୋଧଭିତ୍ତିକ ଶିକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରିଆସୁଛି । ଯାହା କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲରେ ପ୍ରତିଫଳିତ ହୋଇପାରିଛି ।