ହୃଦ୍ଜନିତ ସମସ୍ୟାରୁ ଦୂରେଇ ରଖେ ଅମୃତଭଣ୍ଡା
ଶରୀର ପାଇଁ ଅମୃତଭଣ୍ଡା ବେଶ୍ ଉପକାରୀୟ ବାଡିବଗିଚାରେ ମଧ୍ୟ ଏହା ସହଜରେ ମିଳିଥାଏ । କଞ୍ଚା ହେଉ ବା ପାଚିଲା ଉଭୟ ଶରୀର ପାଇଁ ଲାଭଦାୟକ ହୋଇଥାଏ । ଏଥିରେ ଭିଟାମିନ ଏ, ବି, ସି ଓ ଫାଇବର ଭରପୁର ମାତ୍ରାରେ ଥାଏ । କଞ୍ଚା ଅମୃତଭଣ୍ଡାରେ ଫାଇବର ଭରିଥିବାରୁ ଏହା କୋଷ୍ଠକାଠିନ୍ୟ ସମସ୍ୟା ଦୂର ସହ ପାଚନ ପ୍ରକ୍ରିୟାକୁ ସଠିକ କରିଥାଏ । ହୃଦ୍ଜନିତ ସମସ୍ୟାର ସୁଧାର ପାଇଁ ଅମୃତଭଣ୍ଡା ଲାଭଦାୟକ । ଏହା ଆଖି ପାଇଁ ମଧ୍ୟ ବେଶ ଉପକାରୀ । ଏଥିରେ ଥିବା ଭିଟାମିନ ଏ’ ଓ ସି’ ଆଖିକୁ ସୁସ୍ଥ ରଖିଥାଏ । ଅମୃତଭଣ୍ଡା ଖାଇଲେ ଗଣ୍ଠି ଦରଜରୁ ମଧ୍ୟ ଉପଶମ ମିଳିଥାଏ । ତେଣୁ ବୟସ୍କ ଲୋକ ଅମୃତଭଣ୍ଡା ଖାଇବା ଆବଶ୍ୟକ । ପୁଣି ଏହାକୁ ନିୟମିତ ଖାଇଲେ ତ୍ୱଚାରେ ବ୍ରଣ ସମସ୍ୟା ଦୂର ହେବା ସହ ତ୍ୱଚା ଉଜ୍ଜ୍ୱଳ ଦିଶେ ।


