ଶ୍ରମିକଙ୍କ ବେକରେ ଗୁଡ଼ାଇ ହୋଇଗଲା ଅଜଗର
ଥିରୁବନନ୍ତପୁରମ୍ : ଟୁଇଟର୍ରେ ଏବେ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ କେରଳର ଥିରୁବନନ୍ତପୁରମରେ ଘଟିଥିବା ଘଟଣାର ଦୃଶ୍ୟ ସାମ୍ନାକୁ ଆସିଛି । ଭିଡିଓରେ ଏକ ୧୦ଫୁଟ ଲମ୍ବାର ଅଜଗର ସାପ କିଭଳି ଏକ ଶ୍ରମିକଙ୍କ ବେକରେ ଗୁଡ଼ାଇ ହୋଇ ତାଙ୍କୁ ଶ୍ୱାସରୁଦ୍ଧ କରି ଦେଉଛି, ତାହା ଦେଖିବାକୁ ମିଳିଛି ।
ଭାଇରାଲ ହେଉଥିବା ୨୯ ସେକେଣ୍ଡର ଭିଡିଓର । ଅଜଗର ସାପକୁ ଉଦ୍ଧାର କରି ଧରିଥିବାବେଳେ ସାପଟି ୬୧ବର୍ଷୀୟ ଶ୍ରମିକଙ୍କ ବେକରେ ଗୁଡ଼ାଇ ହୋଇ ଯାଉଛି । ଯାହା ଦ୍ୱାରା ସେ ନିଶ୍ୱାସ ନେଇପାରୁନାହାନ୍ତି । ଏହା ଦେଖି ତାଙ୍କ ପାଖରେ ଥିବା ଅନ୍ୟ ଶ୍ରମିକମାନେ ସାପଟିକୁ କାଢ଼ିବା ପାଇଁ ଚେଷ୍ଟା କରୁଛନ୍ତି । କିଛି ସମୟର ଚେଷ୍ଟା ପରେ ସାପଟିକୁ ଶ୍ରମିକଙ୍କ ବେକରୁ କାଢ଼ିବାରେ ସଫଳ ହେଉଛନ୍ତି ଲୋକେ । ଯାହା ପରେ ବନବିଭାଗ କର୍ମୀଙ୍କୁ ସାପକୁ ହସ୍ତାନ୍ତର କରି ଦିଆଯିବା ସହ ସାପକୁ ଜଙ୍ଗଲ ମଧ୍ୟରେ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି ।


