ଯୋଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରକୁ ଶ୍ରେଷ୍ଠ ବିଦ୍ୟାଳୟ ବିବେଚିତ
ଯୋଡା, (ସମୀର କୁମାର ଦାସ):ଯୋଡା ସହରର କୁନ୍ଦୁରନାଲା ଠାରେ ଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରକୁ ବ୍ଲକ ଓ ପୌରପାଳିକା ସ୍ତରରେ ଶ୍ରେଷ୍ଠ ବିଦ୍ୟାଳୟ ଭାବେ ବିବେଚିତ କରାଯାଇଛି । ୨୦୧୮ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ଲକ ଓ ପୌରପାଳିକା ସ୍ତରରେ ଉଚ୍ଚକୋଟିର ପାଠପଢା, ଉତମ ଅନୁଶାସନ ଏବଂ ଫଳାଫଳ ପ୍ରଦର୍ଶନ କରିଥିବା ବିଦ୍ୟାଳୟକୁ ଶ୍ରେଷ୍ଠ ବିଦ୍ୟାଳୟ ଓ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରିବାପାଇଁ ଘୋଷଣା କରିଥିଲେ । ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଯୋଡା ଲଗାତାର ଭାବେ ୨୦୧୮,୨୦୧୯ରେ ପୁରସ୍କୃତ ହୋଇଥିବାବେଳେ ୨୦୨୦ ପାଇଁ ଶ୍ରେଷ୍ଠ ବିଦ୍ୟାଳୟ ଓ ୧ଲକ୍ଷ ଟଙ୍କା ପୁରସ୍କାର ରାଶି ପାଇବା ପାଇଁ ବିବେଚିତ ହୋଇଥିବା ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୂର୍ଯ୍ୟକାନ୍ତ ତ୍ରିପାଠୀ କହିଛନ୍ତି ।


