ଚଳଚ୍ଚିତ୍ର ଓ ମନୋରଞ୍ଜନ ଉଦ୍ୟୋଗର ପ୍ରତିନିଧିଙ୍କ ସହ

ନୂଆଦିଲ୍ଲୀର- ୭ ଲୋକ କଲ୍ୟାଣ ମାର୍ଗରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଅବସରରେ ୪ଟି ସାଂସ୍କୃତିକ ଭିଡିଓ ଉନ୍ମୋଚନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅମିର ଖାନ, ଶାହରୁଖ ଖାନ, ରାଜକୁମାର ହିରାନୀ, କଙ୍ଗନା ରାଣାୱତ, ଆନନ୍ଦ ଏଲ. ରାୟ, ଏସ.ପି ବାଲସୁବ୍ରମଣ୍ୟମ, ସୋନମ କପୁର, ଜ୍ୟାକି ଶ୍ରଫ, ସୋନୁ ନିଗମ, ଏକତା କପୁର, ତାରକ ମେହେଟା ଗ୍ରୁପର ସଦସ୍ୟ, ଇଟିଭି ଗ୍ରୁପର ସଦସ୍ୟଙ୍କ ସମେତ ଭାରତୀୟ ଚଳଚ୍ଚିତ୍ର ଏବଂ ମନୋରଞ୍ଜନ ଉଦ୍ୟୋଗର ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀ ଏହି ଆଲୋଚନା କାଳରେ ତାଙ୍କର ବ୍ୟକ୍ତିଗତ ଅନୁରୋଧ ରକ୍ଷା କରି ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଲାଗି ସେମାନଙ୍କ ବ୍ୟସ୍ତବହୁଳ କାର୍ଯ୍ୟସୂଚୀରୁ ସମୟ ବାହାର କରି ଆସିଥିବାରୁ କଳା ଜଗତର ମୁଖ୍ୟ ଓ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ମନୋରଞ୍ଜନଧର୍ମୀ, ପ୍ରେରଣାଦାୟୀ ସର୍ଜନା ଦ୍ୱାରା ଦେଶର ଜନସାଧାରଣଙ୍କୁ ଅନୁପ୍ରାଣିତ କରିବା ଲାଗି ନିଜର ସାମର୍ଥ୍ୟକୁ ଉପଯୋଗ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଚଳଚ୍ଚିତ୍ର ଓ ମନୋରଞ୍ଜନ ଉଦ୍ୟୋଗ ଜଗତକୁ ଆହ୍ୱାନ କରିଥିଲେ । ବିଶ୍ୱକୁ ଯୋଡ଼ୁଛି ଗାନ୍ଧୀ ବିଚାର ବର୍ତମାନ ସମୟରେ ମହାତ୍ମା ଗାନ୍ଧୀଙ୍କ ପ୍ରଭାବ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗାନ୍ଧୀଜୀ ଏପରି ଜଣେ ବ୍ୟକ୍ତି, ଯାହାଙ୍କ ବିଚାର ଆଜି ସାରା ବିଶ୍ୱର ଲୋକମାନଙ୍କୁ ଯୋଡ଼ି ପାରୁଛି । ତାଙ୍କ ଦ୍ୱାରା ପ୍ରସ୍ତାବିତ ଆଇନଷ୍ଟାଇନ ଆହ୍ୱାନ ବିଷୟରେ ସ୍ମରଣ କରାଇ ପ୍ରଧାନମନ୍ତ୍ରୀ ଗାନ୍ଧୀ ବିଚାରକୁ ସାମ୍ନାକୁ ଆଣିବା ଲାଗି ପ୍ରଯୁକ୍ତିର ସାମର୍ଥ୍ୟକୁ ଉପଯୋଗ କରିବା ନିମନ୍ତେ ଚଳଚ୍ଚିତ୍ର ଜଗତକୁ ଆହ୍ୱାନ କରିଥିଲେ । ଭାରତୀୟ ମନୋରଞ୍ଜନ ଉଦ୍ୟୋଗର ପ୍ରଭାବ ଓ ସମ୍ଭାବନା ପ୍ରଧାନମନ୍ତ୍ରୀ ମାମଲ୍ଲାପୁରମ ଠାରେ ଚୀନ ରାଷ୍ଟ୍ରପତିଙ୍କ ସହିତ ତାଙ୍କ ଆଲୋଚନା ବିଷୟରେ ସ୍ମରଣ କରାଇଥିଲେ, ଯେଉଁଥିରେ ଦଙ୍ଗଲ ଭଳି ଭାରତୀୟ ସିନେମାର ଚୀନରେ ଲୋକପ୍ରିୟତା ବିଷୟରେ ଚୀନ ରାଷ୍ଟ୍ରପତି ଉଲ୍ଲେଖ କରିଥିବା ସେ କହିଥିଲେ । ଦକ୍ଷିଣ ପୂର୍ବ ଏସିଆରେ ରାମାୟଣର ଲୋକପ୍ରିୟତା ବିଷୟରେ ସେ ମଧ୍ୟ ଉଲ୍ଲେଖ କରିଥିଲେ । ଭାରତରେ ପର୍ଯ୍ୟଟନର ପ୍ରୋତ୍ସାହନ ପାଇଁ ସେମାନଙ୍କ ସଫ୍ଟ ପାୱାରକୁ ଉପଯୋଗ କରିବା ଲାଗି ଚଳଚ୍ଚିତ୍ର ଜଗତକୁ ସେ ଆହ୍ୱାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ