ଚୋରା ଲୁହାପଥର ଚାଲାଣ ମାମଲାରେ ୪ ଅଭିଯୁକ୍ତ ଗିରଫ

ଯୋଡା, (ସମୀର କୁମାର ଦାସ):ବାମେବାରୀ ଥାନା ଅନ୍ତର୍ଗତ ଜରିବାହାଲ ଠାରେ ଥିବା କାଶଭି ଲୌହ ଓ ମାଙ୍ଗାନିଜ ଖଣିରୁ ଅନଧିକାର ପ୍ରବେଶ କରି ଲୁହାପଥର ବୋଝେଇ କରି ଚୋରା ଚାଲାଣ କରୁଥିବା ବେଳେ ପୋଲିସ୍ ଗୋଡାଇ ଗୋଡାଇ ୨ଟି ଟ୍ରକ ଓ ଗୋଟିଏ ବୋଲେରୋ ଗାଡି ଜବତ କରିବା ପରେ ପୋଲିସ୍ ଏଥିରେ ଅଭିଯୁକ୍ତ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ମାନେ ହେଲେ କେନ୍ଦୁଝର ସଦର ଥାନା ଅନ୍ତର୍ଗତ ଟିକରପଡା ଗ୍ରାମର ରୁଦ୍ର ନାରାୟଣ ବେହେରା, ବିହାର ରାଜ୍ୟ ବେଲହାର ଥାନା ଅନ୍ତର୍ଗତ ସୁର ଗ୍ରାମର ଦିଲ କେଶର ସିଂହ ଓରଫ ପଣ୍ଡା, ଅକ୍ଷୟ କୁମାର ସିଂହ ଓ ଜରିବହାଲ ଅଂଚଳର ବିଭୀଷଣ ଲାଗୁରୀ । ଏ ନେଇ ଥାନାରେ କେସ ନଂ-୧୯/୨୧ ରୁଜୁ ହୋଇଛି । ସୂଚନାଯୋଗ୍ୟ କି, ରବିବାର ଭୋର୍ ସମୟରେ ୨ଟି ଟ୍ରକ ଓ ଗୋଟିଏ ବୋଲେରୋ କାଶଭି ଖଣି ମଧ୍ୟକୁ ପ୍ରବେଶ କରି ଖଣିରୁ ଲୁହାପଥର ବୋଝେଇ କରି ଓଜନ କନ୍‌ଟାରେ ଓଜନ କରିବା ପରିବର୍ତେ ଚୋରା ଲୁହାପଥର ଚାଲାଣ ଉଦ୍ୟମ କରୁଥିବା ବେଳେ ଗେଟ୍ ନିକଟରେ ସୁରକ୍ଷାକର୍ମୀ ମାନେ ଧରି ପୋଲିସ୍‌କୁ ଖବର ଦେଇଥିଲେ । ପୋଲିସ୍ ଖୋଳତାଡ କରି ଏଥିରେ ସମ୍ପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଏହି ଚୋରା କାରବାରରେ ଆଉ କେଉଁମାନେ ସମ୍ପୃକ୍ତ ଏ ନେଇ ଅଧିକ ଯାନ୍‌ଚ ଚଳାଇଥିବା ବାମେବାରୀ ଥାନା ଆଇଆଇସି ରାଜେନ୍ଦ୍ର କୁମାର ସ୍ୱାଇଁ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ