ମୋ ସ୍କୁଲ ଅଭିଯାନ ବୈଠକ ଭିତ୍ତି ଭୂମୀ ବିକାଶ ଉପରେ ଗୁରୁତ୍ୱାରୋପ

ହାଟଡ଼ିହି, (ବିକାଶ ବିଶ୍ୱାଳ ) : ହାଇସ୍କୁଲରେ ମୋ ସ୍କୁଲ ଅଭିଯାନ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୁର୍ବତନ ବିଧାୟକ ମାୟାଧର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଉକ୍ତ ସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଥିବା ବରିଷ୍ଠ ପ୍ରଶାସକ ତଥା ପୁର୍ବତନ ଛାତ୍ର ଗଣେଶ୍ୱର ଜେନା, ବିଡିଓ ଜୟଦେବ ଦାସ, ବିଇଓ କ୍ଷୀରୋଦ କୁମାର ତ୍ରିପାଠୀ, ପ୍ରଧାନ ଶିକ୍ଷକ ଶିଶିର କୁମାର କର, ଅବସରପ୍ରାପ୍ତ ଡାକ୍ତର ଗୋଲକ ବିହାରୀ ନାୟକ, ଆଦିକନ୍ଦ ପହି, ସରାଗ ବିଶ୍ୱାଳ, ଜଗନ୍ନାଥ ଜେନା, କାମପାଳ ନାୟକ, ଶ୍ରୀକାନ୍ତ ମଲ୍ଲିକ, ଏବିଇଓ ଧନେଶ୍ୱର ଖଣ୍ଡେଇ, ସନ୍ତୋଷ ମଲ୍ଲିକ, ଶଙ୍କର୍ଷଣ ନାୟକ ପ୍ରମୁଖ ଯୋଗଦେଇ ମୋ ସ୍କୁଲ ଅଭିଯାନର ସଫଳତା ସମ୍ପର୍କରେ ଆଲୋଚନା କରିଥିଲେ । ସ୍କୁଲର ଭିତ୍ତିଭୁମୀର ବିକାଶ ଉପରେ ବରିଷ୍ଠ ପ୍ରଶାସକ ଗଣେଶ୍ୱର ଜେନା ଗୁରୁତ୍ୱାରୋପ କରିଥିଲେ । ବିଦ୍ୟାଳୟର ଆବଶ୍ୟକ ଶ୍ରେଣୀଗୃହ, ଖେଳ ପଡିଆ, ଲାଇବ୍ରେରୀ, ବିଜ୍ଞାନଗାର, ସ୍କୁଲବଗିଚା, ଶୌଚାଳୟ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଏସବୁର ବିକାଶ ସହିତ ସ୍କୁଲରେ ଶିକ୍ଷାଦାନର ମାନବୃଦ୍ଧି ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଖରାପ ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀଙ୍କ ଉପରେ ବିଶେଷ ଧ୍ୟାନଦେଇ ବୋର୍ଡ ପରୀକ୍ଷାରେ ଶହେପ୍ରତିଶତ ସଫଳତା ଯେପରି ହାସଲ କରିପାରିବ ତାହା ଉପରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଦୃଷ୍ଟି ଦେବାକୁ ଶ୍ରୀ ଜେନା ପରାମର୍ଶ ଦେଇଥିଲେ । ସ୍କୁଲର ଖେଳ ପଡିଆ ନିର୍ମାଣ ପାଇଁ ପୁରାତନ ଛାତ୍ର ନିତ୍ୟାନନ୍ଦ ପହି ୫୦ହଜାର ଟଙ୍କାର ସହାୟତା ଯୋଗାଇଦେଇଥିବା ବେଳେ ୨୦୦୦ବ୍ୟାଚର ଛାତ୍ରଛାତ୍ରୀ ମାନେ ସ୍କୁଲ ପେଣ୍ଡାଲ ନିର୍ମାଣ ପାଇଁ ପଚାଶ ହଜାର ଟଙ୍କା ସହାୟତା ଯୋଗାଇ ଦେଇଥିବା ସମ୍ପର୍କରେ ପ୍ରଧାନ ଶିକ୍ଷକ ସୁଚନା ଦେବାପରେ ମୋ ସ୍କୁଲ ଅଭିଯାନ ପକ୍ଷରୁ ସଦସ୍ୟମାନେ ସେମାନଙ୍କୁ ସାଧୁବାଦ ଜଣାଇଥିଲେ । ସେହିପରି ଅଧିକରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ମାନେ ଯେପରି ମୋ ସ୍କୁଲ ଅଭିଯାନରେ ସାମିଲ ପାଇଁ ଆଗେଇ ଆସିବେ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଓମବାର୍ଡସ ପକ୍ଷରୁ ଏହି ବିଦ୍ୟାଳୟକୁ ଅନୁଦାନ ଯୋଗାଇ ଦିଆଯାଇଥିବା ସମ୍ପର୍କରେ ବିଡିଓ ସୁଚନା ପ୍ରଦାନ କରିବା ସହିତ ପାଖରେ ଥିବା ସ୍କୁଲର ଖାଲ ଜମି ଗୁଡିକୁ କିପରି ପୋତାଯାଇ ତା ଉପରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ କରାଯାଇ ପାରିବ ତାହା ଉପରେ ବିଡିଓ ଶ୍ରୀ ଦାସ ଆଲୋକପାତ କରିଥିଲେ । ଶେଷରେ ମୋ ସ୍କୁଲ ଅଭିଯାନକୁ ସହଯୋଗ କରିଥିବା ପୁରାତନ ଛାତ୍ର ଯଦୁମଣି ଜେନା ଓ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଥିବା ବରିଷ୍ଠ ପ୍ରଶାସକ ଗଣେଶ୍ୱର ଜେନାଙ୍କୁ ସ୍କୁଲ ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ଏହି ବୈଠକରେ ଶିକ୍ଷକ ପରମାନନ୍ଦ ପରିଡା, ମାନସ ନାୟକ, ମାନସୀ ସାହୁ, ତୃପ୍ତୀମୟୀ ଜେନା, ଲୀଳାବତୀ ଜେନା, ପମୋଦ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ