ମନରେଗା କାର୍ଯ୍ୟରେ କର୍ମନିଯୁକ୍ତି ଦାବି
ହାଟଡ଼ିହି,(ବିକାଶ ବିଶ୍ୱାଳ ) : ଧନୁର୍ଜୟପୁର ପଞ୍ଚାୟତରେ ହେଉଥିବା ମନରେଗା କାର୍ଯ୍ୟରେ ଜବକାର୍ଡଧାରୀ ଶ୍ରମିକ ମାନଙ୍କୁ କର୍ମନିଯୁକ୍ତି ଯୋଗାଇଦେବା ପାଇଁ ଜବକାର୍ଡଧାରୀ ମାନେ ଦାବି କରିଛନ୍ତି । ଏନେଇ ସେମାନେ ପଞ୍ଚାୟତ ନିର୍ବାହୀ ଅଧିକାରୀ, ହାଟଡିହି ବିଡିଓ, ଆନନ୍ଦପୁର ଉପଜିଲ୍ଲାପାଳ, କେନ୍ଦୁଝର ପ୍ରକଳ୍ପ ନିର୍ଦ୍ଦେଶକ ଓ ଧନୁର୍ଜୟପୁର ସରପଞ୍ଚଙ୍କୁ ନିବେଦନ କରିଛନ୍ତି । ସେମାନଙ୍କ ଦାବି ଅନୁଯାଇ ଯେ କରେନା ପାଇଁ ଲୋକମାନେ କାମଧନ୍ଦା ଛାଡି ବାହାର ରାଜ୍ୟରୁ ଘରକୁ ପଳାଇଆସିଥିବା ବେଳେ ଆଜି ପର୍ଯ୍ୟନ୍ତ ସେମାନଙ୍କୁ କୌଣସି କର୍ମସଂସ୍ଥାନ ଯୋଗାଇ ଦିଆଯାଉ ନାହିଁ । ଏପରିକି ପଞ୍ଚାୟତରେ ହେଉଥିବା ମନରୋଗା ଯୋଜନାରେ ମଧ୍ୟ ସାମିଲ କରାଯାଉ ନାହିଁ । ଫଳରେ ହିତାଧିକାରୀ ମାନେ ଭୋକ ଉପାସରେ କାଳାତିପାତ କରୁଛନ୍ତି । କାମ କରିବା ପାଇଁ ଆବେଦନ କରିବାର ୧୫ଦିନ ଭିତରେ କାମ ଯୋଗାଇ ଦିଆଯିବାର ନିୟମ ଥିବାବେଳେ ଆବେଦନ କରିବାର ମାସ ମାସ ବିତିଯାଉଥିଲେବି ସେମାରନଙ୍କୁ କାମ ଦିଆଯାଉ ନଥିବା ବିର୍ସା ହୋ, ଅଞ୍ଜଳୀ ଡାକୁଆ, ଡମ୍ବରୁଧର ସେଠୀ, ରଞ୍ଜନ ଦାସ, ସଙ୍ଗିତା ମୁର୍ମୁ, ରେମିଦ ହୋ, ବାବୁଲି ନାହାକ, ଦୁର୍ଯ୍ୟୋଧନ ଦାସ, ଆନନ୍ଦ ଦାସ, ପାନମଣୀ ହୋ, ଦଶରା ହୋ, ସମା ଦାସ, ରାମ ମହାନ୍ତ, ଗଣେଶ ଚୌଧୁରୀଙ୍କ ସମେତ ଶତାଧିକ ଜବକାର୍ଡଧାରୀ ଅଭିଯୋଗ କରିଛନ୍ତି । ପ୍ରଶାସନ ଏନେଇ କୌଣସି ପଦକ୍ଷେପ ନନେଲେ ବାଧ୍ୟହୋଇ ଧାରଣାରେ ବସିବେ ବୋଲି ଜବକାର୍ଡଧାରୀ ମାନେ ଚେତାବନୀ ଦେଇଛନ୍ତି ।


