ସଂଜୟ କୁମାରଙ୍କୁ କବି ଗୌରବ ସମ୍ମାନ ୨୦୨୧

କଟକ, (ଓ୍ବାଇଏନ୍ଏସ୍) : ସାହିତ୍ୟ, ସଂପାଦନା ଓ ସାମ୍ବାଦିକତା କ୍ଷେତ୍ରରେ ଯୁବ ସଂଗଠକମାନଙ୍କ କ୍ଷେତ୍ରରେ ଏକ ପରିଚିତ ନାମ କବି ସଂଜୟ କୁମାର ଚୌଧୁରୀ ଯେ କି ବୋଉ ପତ୍ରିକାର ଅଧୁନା ସଂପାଦକ ଭାବେ କାର୍ଯ୍ୟରତ । ମାତ୍ର ଏଠାରେ ଉଲ୍ଲେଖନୀୟ ଗଦ୍ୟଧମୀ ଉନ୍ନତ ସାହିତ୍ୟ ରଚନାରେ ନିପୁଣତା ସହିତ ମା’ମାଟି ମାତୃଭାଷା ପାଇଁ ସମର୍ପିତ ଭାବେ କାର୍ଯ୍ୟଧାରା ଦୀର୍ଘ ବର୍ଷ ଧରି କରିବା ସହିତ ସାହିତ୍ୟ ପତ୍ରିକା ‘ବୋଉ’ ପ୍ରକାଶନ ପାଇଁ ଏବଂ ଜଣେ ଉତମ ଆଗଧାଡ଼ିର ସାରସ୍ୱତ ସଂଗଠକ ସହ ବହୁ ଯୁବ ଲେଖକ-ଲେଖିକାଙ୍କୁ ସମାଜର ମୁଖ୍ୟସ୍ରୋତରେ ଆଣିବାରେ ସଦାବ୍ରତୀ ଥିବା ଉଦାରହୃଦୟବାନ ବିରଳ ବ୍ୟକ୍ତିତ୍ୱ । ନାଗେଶ୍ୱର ଫିଲ୍ମ ଓ ଓଡ଼ିଶା ନ୍ୟୁଜ୍ ପକ୍ଷରୁ ଆସନ୍ତା ଏପ୍ରିଲ୍ ୧୮ ତାରିଖରେ ଭଦ୍ରକଠାରେ ଆୟୋଜିତ ଏକ ସାରସ୍ୱତ ଉତ୍ସବରେ କବି ଗୌରବ ସମ୍ମାନ ୨୦୨୧ ପ୍ରଦାନ କରାଯିବ ବୋଲି ଅନୁଷ୍ଠାନର ସଂପାଦକ ଅଶୋକ ଘଡ଼ିଆ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ