ଋା.ଉଦୟଗିରି ଉପକାରାଗାରରୁ ସଜ୍ଜାଧିନ ୨ କଏଦି ଫେରାର

ଋା.ଉଦୟଗିରି, (ଅଂଶୁମାନ ପଣ୍ଡା):ନିକଟସ୍ଥ ଜଙ୍ଗଲରୁ ଜଣେ ଧରା ପଡିଥିବା ବେଳେ ଅନ୍ୟ ଜଣେ ଚମ୍ପଟ ମୋହନା ୨୭/୦୨ ଗଜପତି ଜିଲ୍ଲା ରା.ଉଦୟଗିରି ଉପକାରାଗାରରୁ ୨ ଜଣ ସଜ୍ଜାଧିନ କଏଦି ଆଜି ସକାଳୁ କାନ୍ଥ ଡେଇଁ ଫେରାର । ବହୁ ଖୋଜା ଖୋଜି ପରେ ସୁମନ ଗାଁ ନିକଟସ୍ଥ ଜଙ୍ଗଲରୁ ଜଣଙ୍କୁ ଉଦ୍ଧାର କରିଛି ପୁଲିସ ଓ ଉପକାରାଗାର କର୍ମଚାରୀ । ଘଟଣାରୁ ପ୍ରକାଶ ଗଜପତି ଏସପିଙ୍କ ନିର୍ଦ୍ଧେଶ କ୍ରମେ ଚାଲିଥିବା ଗଞ୍ଜେଇ ମୁକ୍ତ ଅଭିଯାନରେ ଅଗଷ୍ଟମାସ ୨୦ ତାରିଖରେ ରା.ଉଦୟଗିରି ପୁଲିସ ପେଟ୍ରୋଲିଂ ସମୟରେ ଏକ ପିକଅପ୍ ଗାଡି ନଂ ଓଡି ୦୭ ଇ ୧୧୦୮ କୁ ଯାଂଚ କରିବା ବେଳେ ୧୨ କ୍ୱୁଇଂଟାଲ ଗଞ୍ଜେଇ ଜବତ କରିବା ସହ ୩ ଜଣ ଅଭିଯୁକ୍ତ ସେମାନେ ହେଲେ କରୁଣା ଗମାଙ୍ଗ, ସରତ ଦେ, ପ୍ରମୋଦ ମଲ୍ଲିିକଙ୍କୁ ଗିରଫ କରିଥିଲା ପୁଲିସ । ଗିରଫ କରି ଉଦୟଗିିରି ପୋଲିସ ଷ୍ଟେସନରେ ରାତ୍ର କାଳୀନ ରଖିଥିବା ବେଳେ ସେଥି ମଧ୍ୟରୁ ଜଣେ ଥାନା ଲେଟିନ ଝରକା ଭାଙ୍ଗି ଚମ୍ପଟ ମାରିଥିଲେ ପ୍ରମୋଦ ମଲ୍ଲିକ । ଯେ କି ମୁଖ୍ୟ ଅଭିଯୁକ୍ତ ଚୋରା ଚାଲାଣ ଗଞ୍ଜେଇ ବ୍ୟବସାୟର ସେମାନଙ୍କୁ ବହୁ ଖୋଜା ଖୋଜି ପରେ ମଧ୍ୟ ପ୍ରମୋଦଙ୍କ ପତା ନମିଳିବା ପରେ ପୁଣି ଏକ ମାମଲା ରୁଜୁ କରି ବ୍ରହ୍ମଗିରି ଥାନା ସହ ଯୋଗାଯୋଗ କରାଯାଇଥିଲା ୨୧ ତାରିଖରେ ୨ ଜଣ ଅଭିଯୁକ୍ତ କରୁଣା ଗମାଙ୍ଗ ଓ ସରତ ଦେଙ୍କୁ ୨୨ ତାରିଖରେ ପାରଳାଖେମୁଣ୍ଡି କାରଗାରକୁ ପଠାଯାଇଥିଲା । ସେଠାରୁ ପୁଣି ତାଙ୍କୁ ଜାନୁୟାରୀ ମାସ ୧୭ ତାରିଖରେ ରା.ଉଦୟଗିରି ଉପକାରାଗାରକୁ ଆଣି ରଖାଯାଇଥିଲା । କିଛି ଦିନ ଗଲାପରେ ୨୭ ତାରିଖ ଶନିବାର ଦିନ ୯ଟା ୩୦ ମି ସମୟରେ ୨ଟି ଲିଶୁଣି ପକାଇ ୨ ଜଣ କାରାଗାରରୁ କାନ୍ଥ ଡେଇ ଚମ୍ପଟ ମାରିଛନ୍ତି । ଖବର ପାଇ କାରାଗାର କର୍ମଚାରୀ ଓ ରା.ଉଦୟଗିରି ପୁଲିସ ମିଳିତରେ ଖୋଜା ଖୋଜି କରିବା ସମୟରେସୁମନ ଗାଁ ନିକଟରେ ଥିବା ଜଙ୍ଗଲରୁ ଜଣକୁ ଉଦ୍ଧାର କରାଯାଇଥିଲା ସେ ହେଲେ ବ୍ରହ୍ମଗିରି ଥାନା ଅଂଚଳର ସରତ ଦେ ଅନ୍ୟ ଜଣେ ଅଡବା ଥାନା ଅଚଂଳର କରୁଣା ଗମାଙ୍ଗଙ୍କ ଖବର ପ୍ରସାରଣ ସୁଦ୍ଧା କୌଣସି ଖୋଜ ଖବର ମିଳିନାହିଁ ବୋଲି ରା.ଉଦୟଗିିରି ଅଧିକାରିଣୀ ମମତା ନାୟକ କହିଛନ୍ତି । ଅନ୍ୟପଟେ ଘଟଣାର ତଦନ୍ତ ଚାଲିଥିବା ସହ ଅନ୍ୟ ଜଣେ କଏଦିଙ୍କୁ ଧରିବା ପାଇଁ ଜୋରଦାର ଅପରେସନ ଜାରିରହିଛି । ଏହି ଗଞ୍ଜେଇ ଚୋରା ଚାଲାଣ ସମୟରେ ପେଟ୍ରୋଲିଂ କରୁଥିବା ଏକ ବୁଲେରୋ ଗାଡି ସହ ଗାଡି ଡ୍ରାଇଭରକୁ ଗିରଫ କରିଥିଲା ପୁଲିସ । ଅନ୍ୟପଟେ ଉଦ୍ଧାର କରାଯାଇଥିବା କଏଦିଙ୍କୁ ୩୪/୨୧ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ସୁତ୍ରରୁ ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ