ସହିଦ ଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ମୋଦୀ
(ଯୁଗାବ୍ଦ ନ୍ୟୁଜ) ଆଜି ଦେଶବ୍ୟାପି ପାଳନ କରୁଛି ୬୦ ତମ ପୋଲିସ ସହିଦ ଦିବସ । ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଗୃହମନ୍ତ୍ରୀ ଅମିତ ଶାହ ସହିଦ ପୋଲିସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟାସନାଲ ପୋଲିସ ମେମୋରିଆଲ ଯାଇ ସହିଦ ପୋଲିସଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସେହିପରି ଭୁବନେଶ୍ୱର ରିଜର୍ଭ ପୋଲିସ ଗ୍ରାଉଣ୍ଡରେ ଆୟୋଜିତ ହୋଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ଏହି କାଯ୍ୟକ୍ରମରେ ଓଡ଼ିଶା ପୋଲିସର ବହୁ ବରିଷ୍ଠ ପୋଲିସ ଅଧିକାର ସାମିଲ ହୋଇଛନ୍ତି।


