କନ୍ଧମାଳ ଜିଲ୍ଲାର ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଲାଗି ନିଆରା ପ୍ରୟାସ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଇନଫ୍ଲୁଏନସରସ ନାମକ ଏକ ସଂଗଠନ ପକ୍ଷରୁ କନ୍ଧମାଳ ଟାଲେଣ୍ଟ ହଣ୍ଟ ପ୍ରତିଯୋଗିତା ପାଇଁ ଜିଲାର ବିିଭିନ୍ନ ସ୍ଥାନରେ ଅଡିସନ୍ ଅନୁଷ୍ଠିତ ହୋଇଯାଇଛି। ଜିଲାରେ ଏଭଳି ପ୍ରତିଯୋଗିତା ପ୍ରଥମଥର ପାଇଁ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ଯାତ୍ରା ପଡିଆ ସମ୍ମିଳନୀ କକ୍ଷରେ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାରେ ଯୁବକ, ଯୁବତୀ, ବିବାହିତ ମହିଳା, ଦିବ୍ୟାଙ୍ଗ ଓ ଏପରିକି କିନ୍ନରମାନେ ମଧ୍ୟ ଭାଗ ନେଇଥିଲେ। ଏହା ପୂର୍ବରୁ ଗତ ଦିନରେ ବାଲିଗୁଡା ଓ ଜି.ଉଦୟଗିରି ଠାରେ ଏପରି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ବୋଲି ଅନୁଷ୍ଠାନ ତରଫରୁ କୁହାଯାଇଛି। ଏହି କାର୍ଯ୍ୟକ୍ରମକୁ ଫୁଲବାଣୀର ନୃତ୍ୟଶିଳ୍ପୀ ପୂଜା ପଟ୍ଟନାୟକଙ୍କ ସମେତ ଗ୍ରେସିଲିନ ଦିଗାଲ, ବିଜୟ କୁମାର ପ୍ରଧାନ, ସୌଭାଗ୍ୟ ନାୟକ, ବିଭାସ ଚରଣ ମଲ୍ଲିକ, ସରୋଜ ନାୟକ, ଫିରୋଜ ନାୟକ, ତସିଫ ରାଜା, ନନ୍ଦ କିଶୋର, କିରନ ପ୍ରଧାନ, ରାଜା ପ୍ରମୁଖ ଆୟୋଜନ ସହ ଉପସ୍ଥିତ ରହି ପରିଚାଳନା କରିଥିଲେ।ଏହି ସଂଗଠନର ମୁଖ୍ୟ ଉଦେଶ୍ୟ ହେଉଛି କନ୍ଧମାଳ ମଡ଼େଲିଙ୍ଗ୍, ନୃତ୍ୟ ଓ ସଙ୍ଗୀତ ଆଦି କ୍ଷେତ୍ରରେ ଥିବା ଲୁକ୍କାୟିତ ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ଏଭଳି ଏକ ପ୍ରୟାସ ବୋଲି ସଂଗଠନର ପୁଜା ପଟ୍ଟନାୟକ ସୂଚନା ଦେଇଛନ୍ତି। ଫୁଲବାଣୀରେ ଅନୁଷ୍ଠିତ ଅଡ଼ିସନରେ ପ୍ରାୟ ୫୦ ଜଣ ବିିଭିନ୍ନ ବର୍ଗର ଭାଗନେଇଥିବା ବେଳେ ବାଲିଗୁଡ଼ା ଠାରେ ଅନୁଷ୍ଠିତ ଏହି ଅଡ଼ିସନ୍‌ରେ ୨୫ ଜଣ ଓ ଜି.ଉଦୟଗିରିରେ ଅନୁଷ୍ଠିତ ଅଡ଼ିସନ୍ରେ ମଧ୍ୟ ୨୫ ଜଣ ବିିଭିନ୍ନ ବର୍ଗର ପ୍ରତିଯୋଗି ଭାଗନେଇଥିଲେ। ବିିଭିନ୍ ପ୍ରତିଯୋଗିତା ପାଇଁ ବିଭିନ୍ନ ବର୍ଗର ବିଚାରକ ମାନେ ଏଥିରେ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ