ତ୍ରିପାକ୍ଷୀକ ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ
ଛତ୍ରପୁର, (ଦେବଦତ୍ତ ମହାରଣା):ଗୋପାଳପୁର ବନ୍ଦରରେ ଶ୍ରମିକ ମାନଙ୍କୁ କାମ ଯୋଗାଇବା ସମ୍ବନ୍ଧରେ ମଙ୍ଗଳବାର ଅପରାହ୍ନରେ ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବନ୍ଦର କର୍ତ୍ତୃପକ୍ଷ, ଗୋପାଳପୁର ପୋର୍ଟ ସୁପରଭାଇଜର ଆଣ୍ଡ ୱାର୍କରସ୍ ୟୁନିୟନ ଏବଂ ଜିଲ୍ଲାପ୍ରଶାସନ ର ତ୍ରିପାକ୍ଷୀକ ଆଲୋଚନା ବୈଠକ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲପାଳ (ରାଜସ୍ୱ) ଅମୀୟ କୁମାର ସାହୁଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନା ବୈଠକ ପରେ ୟୁନିୟନ ପକ୍ଷରୁ ମାର୍ଚ୍ଚ ୩ରେ ଗଞ୍ଜାମ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେବାକୁ ଥିବା ଧାରଣା କୁ ସ୍ଥଗିତ ରଖାଯାଇଛି ବୋଲି ୟୁନିୟନ ପକ୍ଷରୁ ଏକ ପ୍ରେସ ବିବୃତି ମାଧ୍ୟମରେ ସୂଚନା ଦିଆଯାଇଛି । ଏହି ତ୍ରିପାକ୍ଷୀ ବୈଠକରେ ୟୁନିୟନର ସଭାପତି ପ୍ରଶାନ୍ତ କୁମାର ପାଟ୍ଟଯୋଶୀଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଏବଂ ବନ୍ଦର ଉଚ୍ଚ ପଦସ୍ଥ ଅଧିକାରୀ ମାନେ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି , ଗୋପାଳପୁର ପୋର୍ଟର ତାଲିକା ଭୁକ୍ତ ସୁରଭାଇଜର୍ସ , ସ୍କେଲ ଓ ଟ୍ରାନସପୋର୍ଟ ଶ୍ରମିକଙ୍କୁ ବର୍ଷସାରା କାମ ଯୋଗାଇବା ଦାବୀ ନେଇ ଗୋପାଳପୁର ପୋର୍ଟ ସୁପରଭାଇଜର ଆଣ୍ଡ ୱାର୍କରସ୍ ୟୁନିୟନ ଏବଂ ଗଞ୍ଜାମ ଜିଲ୍ଲା ଅଖିଳ ଭାରତ ଟ୍ରେଡ ୟୁନିୟମ କଂଗ୍ରେସ (ଏ.ଆଇ.ଟି.ୟୁ.ସି) ପକ୍ଷରୁ ଗତ୨୩ତାରିଖ ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶ୍ରମିକ ମାନେ ବିକ୍ଷୋଭ ପ୍ରଦର୍ଶନ ସହ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଥିଲେ । ନଚେତ ମାର୍ଚ୍ଚ ୩ତାରିଖ ଦିନ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଥିଲେ ।


