ବିଶ୍ୱ ସର୍ବବୃହତ ମେରିଟାଇମ ଇଣ୍ଡିଆ ସମିଟ୍-୨୦୨୧ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ
ପାରାଦୀପ, (ପୀତବାସ ପ୍ରଧାନ):ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ମେଗା ତଥା ସର୍ବବୃହତ ମେରିଟାଇମ ଇଣ୍ଡିଆ ସମିଟ୍-୨୦୨୧ କୁ ମଙ୍ଗଳବାର ଭିଡିଓ କନ୍ଫରେନ୍ସି ମାଧ୍ୟମରେ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ଡେନ୍ମାର୍କର ପରିବହନ ମନ୍ତ୍ରୀ ବେନି ଇଂଗଲବ୍ରେଟ୍, ଗୁଜୁରାଟ ଓ ଆନ୍ଦ୍ରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବନ୍ଦର, ଜାହାଜ ଓ ଜଳମାର୍ଗ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟା ଉପସ୍ଥିତ ଥିଲେ । ଏହି ଭରଚୁଆଲ ସମ୍ମିଳନୀରେ ଭାଗ ନେବା ପାଇଁ ୧୦୦ରୁ ଉର୍ଦ୍ଧ୍ୱ ଦେଶର ୧.୭ଲକ୍ଷ ବ୍ୟକ୍ତି ପଞ୍ଜିକୃତ ହୋଇଛନ୍ତି । ତିନିଦିନ ବ୍ୟାପି ସମ୍ମିଳନୀରେ ୮ଟି ଦେଶର ମନ୍ତ୍ରୀ, ବିଶ୍ୱର ୫୦ରୁ ଉର୍ଦ୍ଧ୍ୱ ସିଇଓ ଏବଂ ୧୬୦ଜଣ ବକ୍ତା ଯୋଗ ଦେବେ । ଏହି ଉଦ୍ଘାଟନୀ ଅବସରରେ ପ୍ରଧାନମନ୍ତ୍ରୀ “ମେରିଟାଇମ୍ ଇଣ୍ଡିଆ ଭିଜନ-୨୦୩୦” ର ,କ ଇ-ବୁକ ଏବଂ ଏମ୍ଏମ୍ଡିଏସି କୁ ଉନ୍ମୋଚନ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତର ଅଭିବୃଦ୍ଧିର ଏକ ଅଂଶ ହେବାକୁ ବିଶ୍ୱକୁ ଆମନ୍ତ୍ରଣ କରିଥିଲେ । ନିଜ ବକ୍ତବ୍ୟରେ ପ୍ରଧାନମନ୍ତ୍ରୀ ବିଶ୍ୱସ୍ତରର ଭିତ୍ତିଭୂମୀ ସହିତ ପାରାଦୀପ ଏବଂ କାଣ୍ଡାଲା ଦିନଦୟାଲ ବନ୍ଦରରେ ବିକାଶ କାର୍ଯ୍ୟ ଶେଷ ପର୍ଯ୍ୟାରେ ବୋଲି ସୂଚନା ଦେଇଥିବା ପାରାଦୀପ ବନ୍ଦର ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରୁ ପ୍ରକାଶ ।


